Mon. Jul 27th, 2026

ଉତ୍ତରପ୍ରଦେଶ: ବଦଳିବ ଚାଷୀଙ୍କ ଭାଗ୍ୟ, ଓ୍ଵାଲମାର୍ଟ କରିବ ୧୮୦ କୋଟି ପୁଞ୍ଜି ନିବେଶ

289 Views

ଲକ୍ଷ୍ନୌ, ସେପ୍ଟେମ୍ବର ୨୮: ରିଟେଲ କ୍ଷେତ୍ରରେ ଅଗ୍ରଣୀଲାଭ କରିଥିବା କମ୍ପାନୀ ‘ଓ୍ଵାଲମାର୍ଟ’ ଭାରତର ଚାଷୀଙ୍କ ଜୀବନ ସ୍ତର ଉପରକୁ ନେବା ପାଇଁ ଉଦ୍ୟମ କରିଛି। ଏଥି ପାଇଁ କମ୍ପାନୀ ଆଗାମୀ ୫ ବର୍ଷରେ ୧୮୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବାକୁ ମନ ବଳାଇଛି। ଓ୍ଵାଲମାର୍ଟ ଇଣ୍ଟରନ୍ୟାସନାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜୁଡିଥ ମେକ୍କନା ଗୁରୁବାର ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ନିକଟସ୍ଥ କାସିମପୁର ଗାଁରେ ଚାଷୀମାନଙ୍କୁ ଆଲୋଚନା ବେଳେ ଏହା କହିଛନ୍ତି।

ବୈଠକରେ ସେ କହିଛନ୍ତି ଓ୍ଵାଲମାର୍ଟ ଫାଉଣ୍ଡେସନ ଆଗାମୀ ୫ ବର୍ଷରେ ଚାଷୀଙ୍କ ଜୀବନ ସ୍ତରକୁ ସଂଶୋଧନ କରିବାକୁ ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବ। ବୈଠକରେ କମ୍ପାନୀର ସିଇଓ କୃଷ ଆୟର, ମୁଖ୍ୟ କର୍ପୋରେଟ ମାମଲା ଅଧିକାରୀ ରଜନୀଶ କୁମାର ଓ ଫ୍ଲିପକାର୍ଟ ଗ୍ରୁପର ସିଇଓ ବିନ୍ନି ବଂସଲ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଓ୍ଵାଲମାର୍ଟର ଉଚ୍ଚସ୍ତରୀୟ ପ୍ରତିନିଧି ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ସାକ୍ଷାତକାର ସମୟରେ ସେମାନେ ରାଜ୍ୟରେ ପୁଞ୍ଜି ନିବେଶ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ।

ମେକ୍କନା କହିଛନ୍ତି, ଓ୍ଵାଲମାର୍ଟ ଇଣ୍ଡିଆ ‘କ୍ୟାସ ଆଣ୍ଡ କ୍ୟାରି’ ଷ୍ଟେର୍ସ ପାଇଁ ଚାଷୀଙ୍କୁ ତାଙ୍କର ପ୍ରତକ୍ଷ୍ୟ କିଣାରେ ୨୫ ପ୍ରତିଶତ ବଢ଼ାଇବ, ଏହା ଦ୍ୱାରା ସେମାନଙ୍କର ଆୟ ବଢ଼ିବ। ଚାଷୀ ସେମାନଙ୍କର ଉତ୍ପାଦିତ ଜିନିଷକୁ ସହଜରେ ବଜାର ପର‌୍ୟ୍ୟନ୍ତ ପହଞ୍ଚାଇ ପାରିବେ। ସେ କହିଛନ୍ତି ଓ୍ଵାଲମାର୍ଟ ପ୍ରତ୍ୟେକ ରାଜ୍ୟରେ ସ୍ଥାନୀୟ ଚାଷୀ ଉତ୍ପାଦକ ସଂଗଠନଙ୍କ ନିକଟକୁ ପହଞ୍ଚିବା ପାଇଁ ଚେଷ୍ଟା କରୁଛି।

By amfnews

Related Post