Tue. Aug 18th, 2026

କଟକରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ

250 Views

କଟକ : କଟକରେ ପୁଣି ନକଲି କାରଖାନା ଠାବ। ଜଗତପୁର ଶିଳ୍ପାଞ୍ଚଳରୁ ହ୍ୱାଇଟ୍‌ ସିମେଣ୍ଟ ଓ ଘର ରଙ୍ଗ ସାମଗ୍ରୀର ନକଲି କାରଖାନାକୁ ଜଗତପୁର ପୁଲିସ୍‌ ଠାବ କରିଛି। ୭୧୦ରୁ ଅଧିକ ନକଲି ହ୍ୱାଇଟ୍‌ ସିମେଣ୍ଟ ବସ୍ତା ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶଂକୁ ପୁଲିସ୍‌ ଜବତ କରିଛି।

ଏହି ଘଟଣାରେ କାରଖାନାର ମାଲିକ ସଦାଶିବ ବେହେରାଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି।

ସୂଚନା ଅନୁସାରେ, ପ୍ରାୟ ୧୫ଟି କମ୍ପାନୀର ହ୍ୱାଇଟ୍‌ ସିମେଣ୍ଟ ଏଠାରେ ନକଲି କରି ବିକ୍ରି କରାଯାଉଥିଲା। ମାର୍ବଲ ଗୁଣ୍ଡ, କିଛି ହ୍ୱାଇଟ୍‌ ସିମେଣ୍ଟ ଓ କେମିକାଲ ମିଶାଇ ନକଲି ହ୍ୱାଇଟ୍‌ ସିମେଣ୍ଟ ତିଆରି କରାଯାଉଥିଲା। ପରେ ଏହାକୁ ନାମୀଦାମୀ କମ୍ପାନୀର ବ୍ୟାଗ୍‌ରେ ପ୍ୟାକିଂ କରି ବଜାରରେ ବିକ୍ରି କରାଯାଉଥିଲା।

ଏହା ପୂର୍ବରୁ କଟକରେ ନକଲି ଖାଇବା ତେଲ, ଘିଅ, ସିମେଣ୍ଟ୍‌ ଇତ୍ୟାଦି ଜବତ କରାଯାଇଥିଲା।

By amfnews

Related Post