Sat. Jul 25th, 2026

ଇରାନ୍‌ରେ ୧୦ ଜଣ ଲୋକ ଥିବା ପଣ୍ୟବାହୀ ବିମାନ ଦୁର୍ଘଟନାଗ୍ରସ୍ତ

210 Views

ତେହରାନ୍‌,ଜାନୁଆରୀ ୧୪ : ୧୦ ଜଣ ଲୋକ ଥିବା ଏକ ପଣ୍ୟବାହୀ ବିମାନ ଇରାନୀୟ ରାଜଧାନୀ ତେହରାନ୍‌ ନିକଟରେ ଥିବା ଗୋଟିଏ ଆବାସିକ ପରିସରରେ ଦୁର୍ଘଟନାଗ୍ରସ୍ତ ହୋଇଥିବା କଥା ସୋମବାର ଦିନ ଟେଲିଭିଜନ୍‌ ଖବରରେ ପ୍ରସାରିତ ହୋଇଛି।

ଇରାନ୍‌ର ବିମାନ ଚଳାଚଳ ସଂଗଠନର ମୁଖପାତ୍ର ରେଜା ଜଫରଜାଦେ ରାଷ୍ଟ୍ରାୟତ ଖବର ପ୍ରସାରଣକାରୀ ସଂସ୍ଥାନ ଆଇଆର୍‌ଆଇବି କହିଛନ୍ତି, ପଣ୍ୟବାହୀ ବିମାନଟି ହେଉଛି ବୋଇଙ୍ଗ୍‌ ୭୦୭। ଅବତରଣ ସମୟରେ ତାହା ରନ୍‌େଓ୍ଵରୁ ବାହାରି ଯାଇଥିଲା। ଏହି ବିମାନଟି କିର୍‌ଗିଜ୍‌ସ୍ଥାନର ବୋଲି ଇରାନୀୟ ଟିଭି ରିପୋର୍ଟ କରିଛି।

ଫାର୍‌ସ୍‌ ନିଉଜ୍‌ ଏଜେନ୍‌ସି ଅନୁସାରେ, ରାଜଧାନୀ ତେହେରାନ୍‌ର ପଶ୍ଚିମ ପାର୍ଶ୍ୱରେ ଥିବା ଫଥ୍‌ ବିମାନ ବନ୍ଦର ନିକଟରେ ଦୁର୍ଘଟନାଗ୍ରସ୍ତ ହୋଇଥିବା ବିମାନରେ ୯ ଜଣ ଲୋକ ଥିଲେ। ମୃତାହତଙ୍କ ସଂକ୍ରାନ୍ତରେ ହଠାତ୍‌ କୌଣସି ଖବର ମିଳି ନାହିଁ।

By amfnews

Related Post