Thu. Sep 17th, 2026

ଆସାମ: ତିନସୁକିଆରେ ଠାରେ ପାଞ୍ଚଜଣଙ୍କୁ ହତ୍ୟା କରି ନାହିଁ ବୋଲି କହିଲା ଉଲ୍‌ଫା

247 Views

କୋଲ୍‌କାତା, ନଭେମ୍ବର ୦୨ : ଗୁରୁବାର ସନ୍ଧ୍ୟାରେ ଆସାମର ତିନସୁକିଆ ଠାରେ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛି ବୋଲି ହେଉଥିବା ଅଭିଯୋଗକୁ ନିଷିଦ୍ଧ ଉଗ୍ରବାଦୀ ସଂଗଠନ ୟୁନାଇଟେଡ୍‌ ଲିବେରେସନ୍‌ ଫ୍ରଣ୍ଟ୍‌ ଅଫ୍‌ ଆସୋମ ଅସ୍ୱୀକାର କରିଛି। ଏକ ପ୍ରେସ୍‌ ବିବୃତିରେ ସଙ୍ଗଠନ ତରଫରୁ କୁହା ଯାଇଛି କି, ଏହି ଘଟନାରେ ତାଙ୍କର କୌଣସି ଭୂମିକା ନାହିଁ।

ଶୁକ୍ରବାର ସକାଳେ ଉଲ୍‌ଫା ଜାରି କରିଥିବା ପ୍ରେସ୍‌ ରିଲିଜ୍‌ରେ କହିଛି: ଆମ୍ଭେ ୟୁନାଇଟେଡ୍‌ ଲିବେରେସନ୍‌ ଫ୍ରଣ୍ଟ୍‌ ଅଫ୍‌ ଆସୋମ୍‌ (ସ୍ୱାଧୀନ) ସମ୍ପୃକ୍ତ ସମସ୍ତ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ କରି ଦେବାକୁ ଚାହୁଁଛୁ କି, ତିନସୁକିଆ ଜିଲ୍ଲା ଅନ୍ତର୍ଗତ ସାଦିୟା ସାଇକହ୍ଵାଘାଟ ଠାରେ ନଭେମ୍ବର ପହିଲା, ୨୦୧୮ରେ ହୋଇ ଥିବା ଗୁଳିକାଣ୍ଡରେ ଆମ ସଂଗଠନର କୌଣସି ସମ୍ପୃକ୍ତି ନାହିଁ।ହତ୍ୟାକାଣ୍ଡ ଘଟନା ପ୍ରଚାରିତ ହୋଇଯିବା ପରେ ସନ୍ଦେହ ଜାତ ହୋଇ ଥିଲା ଯେ ସେନା ବେଶ ପୋଷାକ ପରିହିତ ଛଅ ଜଣ ସନ୍ଦିଗ୍ଧ ଉଲ୍‌ଫା ଆତଙ୍କବାଦୀ ଏହି ହତ୍ୟାକାଣ୍ଡ ନିମନ୍ତେ ଦାୟୀ।

By amfnews

Related Post