Fri. Apr 24th, 2026

ବିଏମ୍‌ସି ହସ୍‌ପିଟାଲ ସମ୍ମୁଖରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର

158 Views

ବେଳେ ପୁରୁଣା ଭୁବନେଶ୍ବର,  ନଭେମ୍ବର ୦୨ : ଶ୍ରୀଲିଙ୍ଗରାଜ ଥାନା ଅଧୀନ ବିଏମ୍‌ସି ହସ୍ପିଟାଲ ସମ୍ମୁଖରେ ଅଜି ଏକ ସଦ୍ୟ ଜନ୍ମିତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଆଜି ଭୋର ସମୟରେ ଏକ କୁକୁର ନିକଟସ୍ଥ ଅଳିଆଗଦାରୁ ମୃତ ଶିଶୁଟିକୁ ରାସ୍ତା ଉପରକୁ ଟାଣିଟାଣି ନେଉଥିବା ବେଳେ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଲୋକମାନେ ଏ ସଂପର୍କରେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଶିଶୁ ଶବକୁ ଉଦ୍ଧାର କରିବା

ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ତେବେ ଏନେଇ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଜନାର୍ଦନ ପାଢ଼ୀ କୁହନ୍ତି ଘଟଣା ନେଇ ଅପମୃତ୍ୟୁ ମାମଲା କରାଯାଇଛି। ଆବଶ୍ୟକ ପଡ଼ିଲେ ତଦନ୍ତ କରାଯିବ। ଗତ ସେ‌ପ୍ଟେମ୍ବର ୧୨ତାରିଖରେ ନୂଆ ଲିଙ୍ଗରାଜ ମାର୍କେଟ ନିକଟରେ ଏକ ଶିଶୁ କନ୍ୟାର ଶବ ଉଦ୍ଧାର ହୋଇଥିଲା। ଆଜି ପୁଣି ଏକ ଶିଶୁ କନ୍ୟାର ଶବ ଉଦ୍ଧାର ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚା ଜୋର ଧରିଛି। ଏନେଇ ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କୁହନ୍ତି, ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ଗୋଟିଏ ମାସରେ ଦୁଇ ଦୁଇଟି ଶିଶୁକନ୍ୟାଙ୍କ ଶବ ମିଳିଥିବାରୁ ଏହା ଏବେ ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି।

By amfnews

Related Post