Sat. Apr 25th, 2026

ଆର୍‌ଏସ୍‌ଏସ୍‌ରେ ସାମିଲ ହେଲେ ପ୍ରିୟଙ୍କା ଚୋପ୍ରା! ଏହି ଫଟୋ ପାଇଁ ହେଉଛନ୍ତି ଟ୍ରୋଲ

218 Views

ମୁମ୍ବାଇ : ଖାକି ରଙ୍ଗର ପ୍ୟାଣ୍ଟ ପାଇଁ ଟ୍ରୋଲ ହେବାରେ ଲାଗିଛନ୍ତି ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କାଙ୍କ ଏକ ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ସେ ନିଜ ସ୍ୱାମୀ ନିକ୍‌ଙ୍କ ସହ ନଜର ଆସୁଛନ୍ତି । ଫଟୋରେ ଦୁହେଁ ନ୍ୟୁୟର୍କର ଆପାର୍ଟମେଣ୍ଟରୁ ବାହାରୁଥିବାର ଦେଖା ଯାଇଛି । ତେବେ ଏ ସମୟରେ ପ୍ରିୟଙ୍କା ପିନ୍ଧିଥିବା ପୋଷାକକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଫଟୋରେ ପ୍ରିୟଙ୍କା ଖାକି ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ଦେଖା ଯାଇଥିବା ବେଳେ ଏହାକୁ ଦେଖି ଲୋକେ ପ୍ରିୟଙ୍କା ଆର୍‌ଏସ୍‌ଏସ୍‌ରେ ଯୋଗ ଦେଲେ ବୋଲି କହି ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

View image on Twitter
ଜଣେ ବ୍ୟବହାରକାରୀ, ଆର୍‌ଏସ୍‌ଏସ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇ ବାହାରକୁ ଆସୁଛନ୍ତି ପ୍ରିୟଙ୍କା ଚୋପ୍ରା ବୋଲି ଲେଖିଥିବା ବେଳେ ଆଉ ଜଣେ, ଶେଷରେ ପ୍ରିୟଙ୍କା ଆର୍‌ଏସ୍‌ଏସ୍‌ରେ ଯୋଗ ଦେଲେ ବୋଲି ଲେଖିଛନ୍ତି । ଆଶୁତୋଷ ଶର୍ମା ନାମକ ଜଣେ ବ୍ୟବହାରକାରୀ ମୋଦୀଙ୍କ ସହ ପ୍ରିୟଙ୍କାଙ୍କ ଫଟୋ ଏବଂ ନିକ୍‌ଙ୍କ ସହ ପ୍ରିୟଙ୍କାଙ୍କ ଫଟୋ ସେୟାର କରି, ପ୍ରଥମ ଫଟୋରେ ପ୍ରିୟଙ୍କା ମୋଦୀଜୀଙ୍କ ସହ କଥା ହେଉଛନ୍ତି, ଦ୍ୱିତୀୟ ଫଟୋରେ ପ୍ରିୟଙ୍କା ଆର୍‌ଏସ୍‌ଏସ୍‌ରେ ଯୋଗ ଦେଇଦେଲେ ବୋଲି ଲେଖିଛନ୍ତି ।

View image on TwitterView image on Twitter

By amfnews

Related Post