Tue. Sep 29th, 2026

ବିଦ୍ୟୁତ ଟ୍ରାନ୍ସଫର ବସାଇବାକୁ ନେଇ କେନ୍ଦ୍ରାପଡ଼ାରେ ଦ୍ୱିତୀୟ ରାସ୍ତାରୋକ

304 Views

କେନ୍ଦ୍ରାପଡ଼ା :  କେନ୍ଦ୍ରାପଡ଼ା ଟାଉନ୍‌ ଥାନା ଅନ୍ତର୍ଗତ ବଡ଼ ମଙ୍ଗଳା ଛକରେ ବିଦ୍ୟୁତ ଟ୍ରାନ୍ସଫର ବସାଇବାକୁ ନେଇ ଲୋକମାନେ ଟାୟାର୍‌ ଜାଳି କେନ୍ଦ୍ରାପଡ଼ାରୁ ସାନ୍ତସାହିପୋଲ ଯାଇଥିବା ରାସ୍ତାକୁ ଅବରୋଧ କରିଛନ୍ତି।

ସେମାନଙ୍କ ମୁଖ୍ୟ ଦାବି ହେଉଛି କି,  ଦୀର୍ଘ ତିନିଦିନ ଧରି ଲାଇନ୍‌ ନରହିବାରୁ ଲୋକମାନେ ନାହିଁ ନଥିବା ହଇରାଣ ହରକତ ହେବା ଫଳରେ ଆଜି ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି। ଯଦି ଜିଲ୍ଲା ପ୍ରଶାସନ ତୁରନ୍ତ ଏନେଇ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ରାସ୍ତା ରୋକ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲୁ ରହିବ ବୋଲି ସ୍ଥାନୀୟ ବାସିନ୍ଦାମାନେ ମତ ପ୍ରକାଶ କରିଛନ୍ତି।

ତହସିଲଦାର ହେମଲତା ବହଲିଆ, ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା, ସେଶୁ ଯନ୍ତ୍ରୀ ପହଞ୍ଚି ଅସ୍ଥାୟୀ ଭାବେ ସମସ୍ୟା ସମାଧାନ କରିବେ ଓ ଅନ୍‌ଗ୍ରେଡ ଟ୍ରାନ୍ସଫରମର ବସାଇବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋ ହଟିଲା।

By amfnews

Related Post