Sun. Apr 26th, 2026

ଆଡିଲେଡ୍‌ ଟେଷ୍ଟ, ଭାରତର ୫ମ ଓ୍ଵକେଟ ପତନ, ରୋହିତ ଶର୍ମା ୩୭ ରନ୍‌ କରି ଆଉଟ୍‌

196 Views

ଆଡିଲେଡ୍‌, ଡିସେମ୍ବର ୦୬ : ଆଡିଲେଡ୍‌ ଠାରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତ ବ୍ୟାଟିଂ ବିପର୍ଯ୍ୟୟରୁ ମୁକୁଳି ପାରି ନାହିଁ। ଭାରତର ୪ ଜଣ ପ୍ରାରମ୍ଭିକ ବ୍ୟାଟସମ୍ୟାନ ଅତି ଶସ୍ତାରେ ଆଉଟ ହୋଇଯିବା ଦ୍ୱାରା ଭାରତ ବିପଦରେ ପଡ଼ିଥିଲା। ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତ ୪ ଓ୍ଵିକେଟ ହରାଇ ସଂଗ୍ରହ କରଥିଲା ମାତ୍ର ୫୬ ରନ୍‌। ତେବେ ଭାରତର ବିପର୍ଯ୍ୟୟରୁ ଉଦ୍‌ଦାର କରିବା ସହିତ ପାଳି ସମ୍ଭଳି ଆଣୁଥିବା ରୋହିତ ଶର୍ମା ପୁଣି ଥରେ ବ୍ୟାଟିଂରେ ସେଟ୍‌ ହେବା ପରେ ତାଙ୍କ ଓ୍ଵିକେଟ ହରାଇଛନ୍ତି। ବର୍ତ୍ତମାନ ଭାରତ ୫ ଓ୍ଵିକେଟ ହରାଇ ସଂଗ୍ରହ କରିଛି ୮୮ରନ୍‌। ଶହେ ରନ୍‌ କରି ନ ପାରି ଭାରତ ୫ଟି ଓ୍ଵିକେଟ ହରାଇ ବଡ଼ ବିପଦରେ ପଡ଼ିଛି। ବର୍ତ୍ତମାନ ଚେତେଶ୍ୱର ପୂଜାରାଙ୍କ ସହିତ ଋଷଭ ପନ୍ଥ ବ୍ୟାଟିଂ କରୁଛନ୍ତି।

ଟସ୍‌ ଜିଣି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ କୋହଲିଙ୍କ ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରିଥିଲେ ଅଷ୍ଟ୍ରେଲିଆର ବୋଲରମାନେ। ଖେଳର ଦ୍ୱିତୀୟ ଓଭରରେ ଜୋସ ହାଜଲଉଡ୍‌ କେ ଏଲ ରାହୁଲଙ୍କୁ ଆଉଟ୍‌ କରି ଭାରତୀୟ ଶିବିରରେ ନୈରାଶ୍ୟ ଖେଳାଇ ଦେଇଥିଲେ। ପରେ ପରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ୧୧ ରନ୍‌ କରି ଷ୍ଟାର୍କଙ୍କ ଶିକାର ହୋଇଥିିଲେ। ସେହିପରି ଅଧିନାୟକ ବିରାଟ କୋହଲି ମଧ୍ୟ ଅତି ଶସ୍ତାରେ (ମାତ୍ର ୩ ରନ୍‌ ) ଆଉଟ୍‌ ହୋଇଯିବା ପରେ ବିପଦରେ ପଡ଼ିଥିବା ଭାରତୀୟ ଦଳ ସ୍ଥିତି ସୁଧାରିବା ପୂର୍ବରୁ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ( ୧୩ ରନ)ଙ୍କୁ କୁମିନ୍ସ ଆଉଟ୍‌ କରି ଭାରତକୁ ବ୍ୟାକ୍‌ ଫୁଟ୍‌କୁ ଠେଲି ଦେଇଛନ୍ତି। ମଧ୍ୟାହ୍ନ ଭୋଜନ ବେଳକୁ ଚେତେଶ୍ୱର ପୂଜାରା ୧୧ରନ ଓ ରୋହିତ ଶର୍ମା ୧୫ ରନ୍‌ କରି ଖେଳୁଥିଳେ। ମଧ୍ୟାହ୍ନ ଭୋଜନ ପରେ ଲିୟନଙ୍କ ବଲରେ ରୋହିତ ଶର୍ମା କ୍ୟାଚ୍‌ ଆଉଟ୍‌ ହୋଇ ପାଭିଲିୟନ ଫେରିଆସିଛନ୍ତି। ରୋହିତ ଶର୍ମା ୬୬ଟି ବଲ ଖେଳି ୨ଟି ଚୌକା, ୩ଟି ଛକା ସହାୟତାରେ ସଂଗ୍ରହ କରିଛନ୍ତି ୩୭ ରନ୍‌।

By amfnews

Related Post