Sat. May 23rd, 2026

ମନ୍ଦିର ଦର୍ଶନ ନିମନ୍ତେ ୨୨୦ ଭାରତୀୟଙ୍କୁ ଭିସା ପ୍ରଦାନ କଲା ପାକିସ୍ତାନ

182 Views

ନୂଆଦିଲ୍ଲୀ, ଡିସେମ୍ବର ୦୬ : ଡିସେମ୍ବର ୫ ରୁ ୧୬ ତାରିଖ ଯାଏଁ ସୁକ୍କୁର ଠାରେ ପାଳନ କରାଯାଉଥିବା ଶିବ ଅବତାରୀ ସତ୍‌ଗୁରୁ ସନ୍ତ ଶାଦରମ ସାହିବଙ୍କର ୩୧୦ତମ ଜୟନ୍ତୀରେ ସାମିଲ ହେବା ନିମନ୍ତେ ୨୨୦ ଜଣ ଭାରତୀୟ ଯାତ୍ରୀଙ୍କୁ ପାକିସ୍ତାନ ହାଇକମିସନ ଭିସା ପ୍ରଦାନ କରିଛନ୍ତି। ଶିଖ୍‌ ଯାତ୍ରୀଙ୍କ ନିମନ୍ତେ କର୍ତାରପୁର କରିଡର୍‌ ବିକାଶ ଯୋଜନା ପରେ ଉଭୟ ପକ୍ଷରୁ ଏ ଭଳି ଘୋଷଣା କରାଯାଇଛି।

୧୯୭୪ ମସିହା ପାକିସ୍ତାନ-ଭାରତ ପ୍ରୋଟୋକୋଲ୍‌ ଅନ୍‌ ଭିଜିଟ୍‌ସ୍‌ ଟୁ ରିଲିଜିୟସ୍‌ ସ୍ରାଇନ୍‌ସ୍‌ର ନିୟମ ଅନୁସାରେ ପ୍ରତିବର୍ଷ ଧାର୍ମିକ ଉତ୍ସବ ପାଳନ କରିବାକୁ ଶିଖ୍‌ ଓ ହିନ୍ଦୁ ଯାତ୍ରୀମାନେ ଭାରତରୁ ପାକିସ୍ତାନ ଯାଆନ୍ତି।

୩୦୦ ବର୍ଷର ପୁରାତନ ମନ୍ଦିର ଶାଦାନି ଦରବାର ତୀର୍ଥ ବିଶ୍ୱବ୍ୟାପୀ ଭକ୍ତଙ୍କ ନିମନ୍ତେ ଏକ ପବିତ୍ର ପୀଠ। ୧୭୮୦ ମସିହାରେ ଲାହୋର୍‌ ଠାରେ ଜନ୍ମିତ ସନ୍ତ୍‌ ଶାଦରାମ୍‌ ସାହିବ ୧୭୮୬ ମସିହାରେ ଘୋତକି ଜିଲ୍ଲାର ମିରପୁର ମାଥେଲୋ ଅନ୍ତର୍ଗତ ହାୟାସ ପିତାଫି ତେହସିଲ୍‌ ଠାରେ ଶଦାନି ଦରବାରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ନଭେମ୍ବର ୩୦ ତାରିଖ ଦିନ ୩, ୮୦୦ ରୁ ଅଧିକ ଶିଖ ଯାତ୍ରୀ ବାବା ଗୁରୁ ନାନକ ଦେବ ଜୀଙ୍କ ୫୪୯ତମ ଜୟନ୍ତୀରେ ଭାଗ ନେବାକୁ ପାକିସ୍ତାନରୁ ଭାରତ ଯାଇଥିଲେ।

By amfnews

Related Post