Sun. Aug 16th, 2026

ଆଜି ମହାଳୟା : ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା ସମଲେଶ୍ୱରୀ

424 Views

ସମ୍ବଲପୁର : ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କର ଏହି ବେଶ ଗଙ୍ଗା ବେଶ ବା ସରସ୍ବତୀ ବେଶ ବୋଲି ମଧ୍ୟ କୁହାଯାଏ। ଗୁରୁବାର ମଧ୍ୟରାତ୍ରୀରୁ ହିଁ ମା’ଙ୍କୁ ବେଶ କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ଷରେ ଥରେ ହେଉଥିବା ମାଙ୍କ ଏହି ବିରଳ ବେଶ ଦର୍ଶନ ପାଇଁ ସବୁବର୍ଷ ଶ୍ରଦ୍ଧାଳୁଙ୍କ ବେଶ୍‌ ଭିଡ଼ ଜମିଥାଏ।

ଚଳିତ ବର୍ଷ ଭକ୍ତମାନେ ଘରେ ରହି ଡିଜିଟାଲ ପ୍ଲାଟଫର୍ମରେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଫିସିଆଲ୍‌ ଫେସ୍‌ବୁକ୍‌ ପେଜ୍‌ରେ ମାଙ୍କ ଲାଇଭ୍‌ ଦର୍ଶନ କରିପାରିବେ ବୋଲି ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଥିଲେ।

By amfnews

Related Post