Sat. Oct 17th, 2026

ଆଜି ନକ୍ସଲଙ୍କ ସଂପୂର୍ଣ୍ଣ ଭାରତ ବନ୍ଦ : ବସ୍‌ ଚଳାଚଳ ବନ୍ଦ, ସୀମା ସିଲ୍‌

347 Views

ମାଲକାନଗିରି , ଜାନୁଆରୀ ୩୧ : ଆସନ୍ତାକାଲି ସଂପୂର୍ଣ୍ଣ ଭାରତ ବନ୍ଦ ପାଇଁ ଡାକରା ଦେଇଛନ୍ତି ନକ୍ସଲ। କେନ୍ଦ୍ର ସରକାରଙ୍କ ସମାଧାନ ଯୋଜନାକୁ ବିରୋଧ କରି ସପ୍ତାହେ ହେଲା ନକ୍ସଲ ସମାଧାନ ବିରୋଧୀ ସପ୍ତାହ ପାଳନ କରୁଥିଲେ। ଏହି ସମୟରେ ମାଲକାନଗିରି ଜିଲ୍ଲାରେ ଏକାଧିକ ହିଂସାକାଣ୍ଡ ସାଙ୍ଗକୁ ପ୍ରଜାମେଳି ବି ନକ୍ସଲ କରିଛନ୍ତି। ବିଶେଷ କରି ମାଲକାନଗିରି ସମେତ ଛତିଶଗଡ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଯାନବାହାନକୁ ଟାର୍ଗେଟ କରିଛନ୍ତି। ଗତକାଲି ମାଲକାନଗିରି ଜିଲ୍ଲା ମହୁପଦର ଅଂଚଳରେ ଗୋଟିଏ ଘରୋଇ ବସକୁ ନିଆଁ ଲଗାଇ ପୋଡି ଦେଇଥିଲେ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ମାଲକାନଗିରି ପୁଲିସ ସୀମାକୁ ସିଲ କରିଦେବା ସହ କମ୍ବିଂ ଅପରେସନକୁ ଜୋରଦାର କରିଛି। ଗତକାଲିର ଘଟଣା ପରେ ପୁଲିସ ସଜାଗ ହୋଇଯାଇଛି। ବିଏସଏଫ ତରଫରୁ ମଧ୍ୟ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖାଯାଇଛି। ମାଲକାନଗିରି ଜିଲ୍ଲାକୁ ଯାଉଥିବା ସମସ୍ତ ଘରୋଇ ବସ ଗତକାଲିର ଘଟଣା ପରେ ବନ୍ଦ ହୋଇଯାଇଛି।

By amfnews

Related Post