Sun. Aug 16th, 2026

ଆଜି କୋହଲିଙ୍କ ଜନ୍ମଦିନ: ବାୟୋପିକ୍‌ରେ କୋହଲିଙ୍କ ଭୂମିକାରେ ଫିଟ୍‌ ହୋଇପାରନ୍ତି ଏହି ସବୁ ନାୟକ

233 Views

ମୁମ୍ବାଇ: ୩୧ ବର୍ଷ ବୟସରେ ପାଦ ଦେଇଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି। କ୍ରିକେଟର୍‌ କୋହଲି ଏବେ ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହ ଭୁଟାନରେ ଅଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଅନୁଷ୍କା ସେୟାର୍‌ କରିଥିବା କିଛି ଫଟୋ ଦେଖି ଅନୁମାନ ଲଗାଯାଉଛି ଯେ ବିରାଟ ଏଥର ନିହାତି ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳନ କରୁଛନ୍ତିି।

ତେବେ, ଆପଣ ତ ଜାଣିଥିବେ ନିଶ୍ଚୟ ଯେ ପୂର୍ବରୁ ଅନେକ ଥର ବିରାଟଙ୍କ ବାୟୋପିକ୍‌ ବିଷୟରେ ଆଲୋଚନା ହୋଇ ସାରିଲାଣି। ବିରାଟଙ୍କୁ ଯେତେବେଳେ ଏକ ସାକ୍ଷାତ୍‌କାରରେ ପଚରାଗଲା କି ଆପଣଙ୍କ ବାୟୋପିକ୍‌ରେ ଆପଣଙ୍କ ଚରିତ୍ର କିଏ ନିଭାନ୍ତୁ ବୋଲି ଆପଣଙ୍କ ଇଚ୍ଛା? ବିରାଟ ଉତ୍ତର ଦେଇଛନ୍ତି, ‘ଅନେକ ଦକ୍ଷ କଳାକାର ଇଣ୍ଡଷ୍ଟ୍ରିରେ ଅଛନ୍ତି। ମୁଁ ଚାହେଁ କେହି ନୂଆ ଦକ୍ଷ କଳାକାର ମୋ ଚରିତ୍ର ନିଭାନ୍ତୁ, ଯିଏ ଭଳ ଭାବେ ମୋ ଚରିତ୍ରକୁ ମ୍ୟାଚ୍‌ କରିବେ’।

ବିରାଟ ସିନା ତାଙ୍କ ଚରିତ୍ରରେ କିଏ ନଜର ଆସିବା ଉଚିତ ବୋଲି ଜାଣିପାରୁ ନାହାନ୍ତି ମାତ୍ର ଆମେ ନିଶ୍ଚୟ ଅନୁମାନ ଲଗାଇ ପାରିବା ଯେ ବିରାଟଙ୍କ ବ୍ୟକ୍ତିତ୍ୱକୁ କେଉଁ ନାୟକମାନେ ଫିଟ୍‌ ହୋଇପାରନ୍ତି। ବିରାଟଙ୍କ ଭୂମିକାରେ ଆୟୁଷ୍ମାନ ଖୁରାନା, ଇମ୍ରାନ ହାସ୍ମି, ଅଭୟ ଦେଓଲ, ରାଜକୁମାର ରାଓ ଓ ବରୁଣ ଧାଓ୍ଵନ ଫିଟ୍‌ ହୋଇପାରନ୍ତି।

By amfnews

Related Post