Wed. Oct 14th, 2026

ଆଜିଠୁ ୧୫ ଦିନ ଧରି ପାଳନ କରାଯିବ ପିତୃପକ୍ଷ

338 Views

ଭୁବନେଶ୍ୱର : ଆଜି ହେଉଛି ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି। ଆଜିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ଧରି ପିତୃପକ୍ଷ ପାଳନ କରାଯିବ। ଯେଉଁ ତିଥିରେ ଯାହାଙ୍କର ପିତୃପୁରୁଷ ମୃତ୍ୟୁବରଣ କରିଥାନ୍ତି, ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି। ତେଣୁ ପ୍ରତ୍ୟେକ ଗୃହସ୍ଥ ନିଜର ପିତୃ ପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି।

ପିତୃପକ୍ଷରେ ପୁଅମାନଙ୍କ ହାତରୁ ପାଣି ଟିକେ ପାଇ ତୃପ୍ତ ହେବାକୁ ପିତୃପୁରୁଷ ଚାହିଁ ରହିଥାନ୍ତି। ଏହି ପିତୃପକ୍ଷରେ ତୀର୍ଥ ପୁଷ୍କରିଣୀରେ ତର୍ପଣ କରିବା ସହ ଶ୍ରୀମନ୍ଦିର ବାଇଶି ପାହାଚରେ ତିଳ ତର୍ପଣ କଲେ ପିତୃପୁରୁଷ ତୃପ୍ତି ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

By amfnews

Related Post