Thu. Sep 24th, 2026
208 Views

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜୟଶ୍ରୀ କେମିକାଲ ରାସ୍ତାରେ ପୁଲିସ୍‌ ଏନକାଉଣ୍ଟରେ ଅପରାଧୀ ସୁଶାନ୍ତ ବେହେରା ଓରଫ୍‌ କୋକୋ ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି। କୋକୋର ଘର ବ୍ରହ୍ମପୁରର ଗୋଷାଣୀନୂଆଗାଁ ଅଞ୍ଚଳରେ।  ପୁଲିସ୍‌ ତା’ଠାରୁ ଗୋଟିଏ ପିସ୍ତଲ, ଗୋଟିଏ ଗୁଳି ଓ ଗୋଟିଏ ବାଇକ୍ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଜୟଶ୍ରୀ କେମିକାଲ ରାସ୍ତାରେ କୋକୋ ଓ ତାର ସହଯୋଗୀ ଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳୁ ପୁଲିସ୍‌ ସେହି ଅଞ୍ଚଳରେ ଚଢ଼ଉ କରି ତାକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲା। ଏହି ସମୟରେ କୋକୋ ପୁଲିସ୍‌ ଉପରକୁ ଗୁଳି ଚାଳନା କରିଥିଲା। ଜବାବରେ ପୁଲିସ୍ ମଧ୍ୟ ତା ଉପରକୁ ଗୁଳି ଚଳାଇଥିଲା। କୋକୋ ବାମ ଗୋଡ଼ରେ ଗୁଳି ବାଜିଥିଲା। ହେଲେ ଘଟଣାସ୍ଥଳରୁ ତାର ସହଯୋଗୀମାନେ ଖସି ପଳାଇଥିଲେ। କୋକୋ ନାଁରେ  ୭ଟି ମାମଲା ରହିଛି । ସେଥିମଧ୍ୟରେ ଡକାୟତି ଓ ହତ୍ୟା ମାମଲା ମଧ୍ୟ ରହିଛି। ଏନକାଉଣ୍ଟର ବେଳେ ଦୁଇ କନଷ୍ଟେବଳ ଆହତ ହୋଇଥିବା ଜଣାପଡ଼ିଛି।

By amfnews

Related Post