Thu. Jun 11th, 2026

ଆଜିଠୁ ଭାରତୀୟ ମଜଦୁର ସଂଘର ଧର୍ମଘଟ; କୋଇଲା ଉତ୍ତୋଳନ ବାଧାପ୍ରାପ୍ତ

238 Views

ଅନୁଗୋଳ : କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜି ନିବେଶ ନିମନ୍ତେ ଅଗଷ୍ଟ ୨୮ ତାରିଖରେ କେନ୍ଦ୍ର ସରକାର କରିଥିବା ଘୋଷଣାକୁ ବିରୋଧ କରିଛି  ଭାରତୀୟ ମଜଦୁର ସଂଘ। ଏହାଦ୍ୱାରା ବିଦେଶୀ କମ୍ପାନୀ ଲାଭବାନ ହେବା ସହ ଅବହେଳିତ ହେବେ ଶ୍ରମିକ। ଏହା ପ୍ରତିବାଦରେ ଭାରତୀୟ ମଜଦୁର ସଂଘ ଆଜିଠୁ ୫ ଦିନିଆ ଧର୍ମଘଟକୁ ଓହ୍ଲାଇଛି। ଏହି ପରିପ୍ରେକ୍ଷୀରେ ତାଳଚେରର ସବୁ କୋଇଲା ଖଣି ସମ୍ମୁଖରେ ସଂଘ ପକ୍ଷରୁ ଧାରଣା ଦିଆଯାଇଛି।  ଫଳରେ କୋଇଲା ଉତ୍ତୋଳନ ବାଧାପ୍ରାପ୍ତ ହୋଇଛି।

ଏମ୍‌ସିଏଲ୍‌ର ସମସ୍ତ କୋଇଲା ଖଣିରେ ମଧ୍ୟ ଉତ୍ତୋଳନ ଓ ପରିବହନ କାର୍ଯ୍ୟ ଠପ୍‌ ହୋଇଯାଇଛି। ଅନ୍ୟପକ୍ଷରେ ଆସନ୍ତାକାଲି ସମସ୍ତ ଶ୍ରମିକ ସଂଗଠନ ପକ୍ଷରୁ ଦେଶବ୍ୟାପୀ ଦିନିକିଆ ଧର୍ମଘଟ ଡାକରା ଦିଆଯାଇଛି।

By amfnews

Related Post