Sat. Jul 25th, 2026

ଛୁରି ଦେଖାଇ ଯୁବତୀଙ୍କୁ ଗଣଦୁଷ୍କର୍ମ; ଭିଡିଓ ଭାଇରାଲ

216 Views

ଧର୍ମଗଡ : କଳାହାଣ୍ଡିରେ ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଛୁରି ଦେଖାଇ ଗଣଦୁଷ୍କର୍ମ କରାଯାଇଛି। ଗତ ୧୪ ତାରିଖରେ ଏହି ଘଟଣା ଘଟିଥିଲା।  ଭିଡିଓ ଭାଇରାଲ ହେବା ପରେ ଆଜି ପୀଡିତା ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।   ଜୁନାଗଡ଼ରୁ ଭବାନୀପାଟଣା ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଜାରିଙ୍ଗ ଜଙ୍ଗଲରେ ଏହି ଭିଡିଓ ସୁଟ୍‌ ହୋଇଥିବା ଅନୁମାନ କରାଯାଉଛି ।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ସେ ଜଣେ ଏଏନ୍ଏମ୍ ଛାତ୍ରୀ। ଘଟଣା ଦିନ ସେ ଭବାନୀପାଟଣାରୁ ନିଜ ଘରକୁ ଜଣଙ୍କ ସହ ଫେରୁଥିଲେ। ମାତ୍ର ଜାରିଙ୍ଗ ଜଙ୍ଗଲ ନିକଟରେ ୫ରୁ ୬ ଜଣ ଯୁବକ ତାଙ୍କୁ ଛୁରି ଦେଖାଇ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ। ଏହାପରେ ସେମାନେ ଗଣଦୁଷ୍କର୍ମ କରିଥିବା ଯୁବତୀଜଣକ ଅଭିଯୋଗ କରିଛନ୍ତି। ଭିଡିଓରେ ଦୁର୍ବୃତ୍ତମାନେ ନିଜ ମୁହଁ ଘୋଡ଼ାଇଥିବାରୁ ସେମାନଙ୍କ ପରିଚୟ ମିଳିବାରେ କଷ୍ଟ ହେଉଛି।

By amfnews

Related Post