Sat. Apr 25th, 2026

ଆଇଏସଆଇଏସ୍‌ ଦ୍ୱାରା ୨ ବର୍ଷ,୮ ମାସ ଓ ୬ ଦିନ ଯୌନଦାସୀ ହେବା ପରେ ଖସିଆସିଲେ ଏହି ମହିଳା; ପ୍ରତି ୭ ଦିନରେ ବଦଳୁ ଥିଲା ଦୁଷ୍କର୍ମକାରୀ LatestLeading

219 Views

କେତେବେଳେ  ଜୀବନ  କାହାକୁ କିଭଳି ରଙ୍ଗ ଦେଖାଇବ ତାହା ସମୟ ହିଁ ସ୍ଥିର କରିଥାଏ। କୁର୍ଦ୍ଦିସ୍ତାନର ଏକ ଛୋଟ ଗାଁ କୋଚୋରେ ନିଜ ପରିବାର ସହ ଖୁସୀର ଜୀବନ ବିତାଉଥିଲେ ଲୈଲା ତାଲୋ ଖୁଦେର ଆଲୀ।  କିନ୍ତୁ ୨୦୧୪ ଅଗଷ୍ଟ ୩ ତାରିଖ ଦିନ ତାଙ୍କ ଜୀବନ ଏପଟସେପଟ ହୋଇଗଲା।

ସେଦିନ ଥିଲା ଏକ ପର୍ବ। ଗାଁ ଯାକର ଲୋକଙ୍କ ସହ ଲୈଲା ଆନନ୍ଦ ମନାଉ ଥିଲେ। ଏଇ ସମୟରେ ଗାଁ ଭିତରକୁ ପଶି ଆସିଲେ ବନ୍ଧୁକଧାରୀ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ। ଗାଁରେ ବୁହାଇଦେଲେ ରକ୍ତର ନଦୀ। ଆଖିବୁଜା ଗୁଳିଚାଳନାରେ ଲୋଟି ପଡିଲେ ଶହ ଶହ ନୀରିହ ଲୋକ। ଆଇଏସ୍‌ଆଇଏସ୍‌ର ଟାର୍ଗେଟରେ ଥିଲେ ସୁଫି ଓ ଜୋରୋଷ୍ଟ୍ରୀୟ ଧର୍ମାବଲମ୍ବୀ।

ଲୈଲା ନିଜର ଦୁଇ ଶିଶୁ ଓ ସ୍ୱାମୀଙ୍କ ସହ ଲୁଚି ପଳାଇବାରେ ସକ୍ଷମ ହେଲେ। କିନ୍ତୁ ଭାଗ୍ୟ ସାଥ୍‌ ଦେଲା ନାହିଁ। ଆଇଏସ୍‌ଆଇଏସ୍‌ ଆତଙ୍କବାଦୀଙ୍କ ହାତରେ ଧରାପଡ଼ିଲେ। ଲୈଲାଙ୍କୁ ଯୌନଦାସୀ କରିବାକୁ ସେମାନେ ଧରି ନେଇଗଲେ। ତାଙ୍କ ଜୀବନ ପାଲଟିଗଲା ନର୍କ।

ସେସମୟର ଅନୁଭୂତି ବଖାଣି ଲୈଲା କହନ୍ତି, ‘୨ ବର୍ଷ,୮ ମାସ ଏବଂ ୬ ଦିନ ମୁଁ ସେମାନଙ୍କ ଯୌନ ସୁଖ ଲାଗି ପେଶି ହେଲି। ଜଣେ ମତେ ଅତି ବେଶୀରେ ୭ ଦିନ ଉପଭୋଗ କରୁଥିଲା, ତା’ପରେ ଅନ୍ୟଜଣଙ୍କୁ ବିକି ଦେଉଥିଲା। ମୁଁ କେତେ ଜଣଙ୍କ ଦ୍ୱାରା କେତେ ଥର ଦୁଷ୍କର୍ମର ଶିକାର ହୋଇଛି ତାହା ହିସାବ ବାହାରେ।’ ଏପରି ଏକ ପରିସ୍ଥିତିରୁ ସେ ନିଜକୁ ମୁକୁଳାଇବାକୁ ଚାହୁଁଥିଲେ।

ଶେଷରେ ବହୁ ଉଦ୍ୟମ ପରେ ଲୈଲା ସେମାନଙ୍କ କବଳରୁ ମୁକୁଳିବାରେ ସକ୍ଷମ ହେଲେ। କୁର୍ଦ୍ଦିସ୍ତାନ୍‌ ସରକାରଙ୍କର ଏକ ଉଦ୍ଧାରକାରୀ ଦଳ ତାଙ୍କୁ  ବନ୍ଦୀ ଅବସ୍ଥାରୁ  ଉଦ୍ଧାର କରିବାରେ  ସଫଳ ହୋଇଥିଲେ। ଏବେ ଲୈଲା ନିଜର ପୁଅ ଓ ଝିଅ ସହ ଏକ ଶରଣାର୍ଥୀ ଶିବିରରେ ରହୁଛନ୍ତି। ସେ ନିଜ ଜୀବନର ଏକ ଦୁର୍ବିସହ ଘଟଣାକୁ ଏକ ପୁସ୍ତକାକାରରେ ପ୍ରକାଶ କରିଛନ୍ତି।

By amfnews

Related Post