Tue. Sep 8th, 2026

କୃଷ୍ଣସାଗର ଗର୍ଭରୁ ମିଳିଲା ୨୪୦୦ ବର୍ଷ ପୁରୁଣା ଜାହାଜର ଭଗ୍ନାବଶେଷ: ଏହା ବିଶ୍ୱର ସର୍ବପୁରାତନ ବୋଲି ଗବେଷକଙ୍କ ଦାବି

286 Views

ପ୍ୟାରିସ୍‌: ସମୁଦ୍ର ଗର୍ଭର ଆଉ ଏକ ବଡ଼ ରହସ୍ୟ ଉନ୍ମୋଚିତ ହୋଇଛି। କୃଷ୍ଣସାଗର ଗର୍ଭରୁ ୨୪୦୦ ବର୍ଷ ପୁରୁଣା ଏକ ଜାହାଜର ଭଗ୍ନାବଶେଷର ସନ୍ଧାନ ମିଳିଛି। ଗବେଷକମାନଙ୍କ ମତରେ ଏହା ହେଉଛି ପୃଥିବୀର ଏଯାବତ୍‌ ଆବିଷ୍କୃତ ସର୍ବପୁରାତନ ଜାହାଜ। ଏହା ପୁରାତନ ଗ୍ରୀକ ସଭ୍ୟତା ଦ୍ୱାରା ବ୍ୟବହୃତ ବାଣଜ୍ୟିକ ଜାହାଜ ବୋଲି ଜଣାପଡ଼ିଛି।

କୃଷ୍ଣ ସାଗର ନୌବାଣିଜ୍ୟ ପ୍ରତ୍ନତତ୍ତ୍ୱ ପ୍ରକଳ୍ପ ଅଧିନରେ ସମୁଦ୍ରରେ ବୁଡ଼ିଥିବା ଜାହାଜ ଗୁଡ଼ିକର ସନ୍ଧାନ ଆରମ୍ଭ କରାଯାଇଛି। ନିକଟରେ ୧୭ଶତାଦ୍ଦୀର ଏକ ରୋମାନୀୟ ଜାହାଜର ଭଗ୍ନାବଶେଷ ଆବିଷ୍କୃତ ହୋଇଛି।

୩ ବର୍ଷ ଧରି ଚାଲିବାକୁ ଥିବା ଏହି ପ୍ରକଳ୍ପରେ କୃଷ୍ଣ ସାଗର ଗର୍ଭରେ ଥିବା ହଜାର ହଜାର ବର୍ଷ ତଳେ ଡୁବିଯାଇଥିବା ଜାହାଜର ସନ୍ଧାନ କରାଯାଇଛି। ଶକ୍ତିଶାଳୀ କ୍ୟାମେରା ଓ ରିମୋର୍ଟ ସେନ୍‌ସିଂ ଉପକରଣ ସମୁଦ୍ର ଭିତରକୁ ପଠାଯାଇ ଏଗୁଡ଼ିକର ସନ୍ଧାନ କରାଯାଇଛି।

ମଙ୍ଗଳବାର ଆବିଷ୍କୃତ ହୋଇଥିବା ବିଶ୍ୱର ସର୍ବପୁରାତନ ଜାହାଜଟି ପ୍ରାୟ ୬,୫୦୦ ଫୁଟ୍‌ ତଳୁ ଆବିଷ୍କୃତ ହୋଇଛି। ସେ ସମୟରେ କୃଷ୍ଣସାଗର ଦେଇ ଗ୍ରୀକମାନେ ନୌବାଣିଜ୍ୟ କରୁଥିଲେ। ଏହି ଜାହାଜର ଏକ କ୍ଷୁଦ୍ର ଅଂଶର କାର୍ବନ ଡେଟିଂ କରାଯାଇ ଏହାର ସମୟ ନିରୂପଣ କରାଯାଇଛି।

By amfnews

Related Post