Fri. Jul 3rd, 2026

ଅଜବ ଏ ଯୁବତୀଙ୍କ ନିଶା ! ୧୬ ଅଜଗର ସହ ରହୁଛନ୍ତି ଘରେ

256 Views

ସାଧାରଣ ଭାବେ ସାପ କଥା ଶୁଣିଲେ ଆମ ଭିତରେ ଏକ ଭୟ ସୃଷ୍ଟି ହୋଇଯାଏ । ଚିଡ଼ିଆଖାନା କିମ୍ବା କୌଣସି ଜାତୀୟ ଉଦ୍ୟାନରେ ଯଦି ସାପକୁ ଦେଖୁ ତା’ହେଲେ ଚଳିବ ବୋଲି ଭାବୁ। କିନ୍ତୁ ଥରେ ଭାବନ୍ତୁ ଆପଣଙ୍କ ଘରେ କିମ୍ବା ବଗିଚାରେ ଯଦି ଆପଣ ସାପକୁ ନିକଟରୁ ଦେଖିବେ ତେବେ କ’ଣ ହବ? କିନ୍ତୁ ୨୧ ବର୍ଷର ଏହି ଯୁବତୀଙ୍କୁ ସାପ ଓ ଅଜଗର ପାଳିବାର ନିଶା ଏପରି ଘାରିଛି କି ସେ ତାଙ୍କ ଘରେ ୧୬ ପ୍ରଜାତିର ସାପ ପାଳିଛନ୍ତି ।

ଏହି ଯୁବତୀଙ୍କ ନା ହେଉଛି ଜି । ବର୍ତ୍ତମାନ ସେ ଭେଟନାରି ନର୍ସ ଭାବେ ଟ୍ରେନିଂ ନେଉଛନ୍ତି, ୬ ବର୍ଷ ବୟସରୁ ସାପଙ୍କ ପ୍ରତି ତାଙ୍କର ରୁଚି ରହିଥିଲା । କିନ୍ତୁ ୧୪ ବର୍ଷ ବୟସରେ ସେ ଏକ ଅଜଗର କଣିଥିଲେ ଏଥି ପାଇଁ ତାଙ୍କ ଭାଇ ତାଙ୍କୁ ପଇସା ଦେଇଥିଲେ । ବର୍ତ୍ତମାନ ତାଙ୍କ ପାଖରେ ୧୬ ବିଭିନ୍ନ ପ୍ରଜାତିର ଅଜଗର ସାପ ଅଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ସବୁ ସାପ ସେ ତାଙ୍କ ଶୟନ କକ୍ଷରେ ରଖନ୍ତି, ସପ୍ତାହକୁ ୧ ବା ୨ଥର ସାପ କାମୁଡିବା ସୁନିଶ୍ଚିତ। ବେଳେ ବେଳେ ରକ୍ତ ମଧ୍ୟ ବାହାରିଥାଏ । କିନ୍ତୁ ତାଙ୍କର ବିଶ୍ୱାସ ଅଛି ଯେ ତାଙ୍କ ପାଳିତ ସାପ ତାଙ୍କୁ କେବେ ରାଗରେ କାମୁଡିବେନି । ବଡ ଅଜଗରକୁ ମାସକୁ ୩ରୁ ୬ କିଲୋ ଠେକୁଆ ମାଂସ ଖାଇବାକୁ ଦେଇଥାନ୍ତି ଓ ଛୋଟ ସାପଗୁଡ଼ିକୁ ଚିକେନ ଓ ମୁଷା ଖାଇବାକୁ ଦେଇଥାନ୍ତି ।

By amfnews

Related Post