Wed. Jul 8th, 2026

୯.୭କୋଟି ଟଙ୍କାରେ ନିଲାମ ହେଲା ଏହି ପାରା

410 Views

ନୂଆଦିଲ୍ଲୀ: ପାରା ଏକ ସାଧାରଣ ପକ୍ଷୀ। ପାଖ-ଆଖ ରାସ୍ତା, ଗଛ, ବଗିଚା,ଘର ଓ ପଡ଼ିଆରେ ପ୍ରତିଦିନ ଶହଶହ ପାରା ଦେଖିବାକୁ ମିଳିଥାଏ। ତେବେ ଆପଣ ଶୀର୍ଷକ ପଢ଼ି ଭାବୁଥାଇ ପାରନ୍ତି କି ଗୋଟିଏ ପାରା ପୁଣି ତାହାର ମୂଲ୍ୟ ୯କୋଟି ଟଙ୍କା ! ଆଜ୍ଞା ହେଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ।

ଦୁନିଆରେ ଏମିତି ଏକ ପାରା ରହିଛି, ଯିଏକି ବହୁତ ଖାସ୍‌ ରହିଛି। ଏହି ଖାସ୍‌ ପାରା ମୂଲ୍ୟ ୯.୭କୋଟି ଟଙ୍କା। ଏହି ପାରାକୁ ଚାଇନାର ଜଣେ ବ୍ୟକ୍ତି ୧.୪ ମିଲିୟନ ଡଲାର ଅର୍ଥାତ୍‌ ୯.୭କୋଟି ଟଙ୍କା ଦେଇ କିଣି ନେଇଛନ୍ତି।

ବେଲଜିୟମ୍‌ରେ ରହୁଥିବା ଏହି ପାରାର ନାମ ଅରମାଣ୍ଡୋ ରହିଛି। ଯିଏକି ଦୀର୍ଘତମ ରେସ୍‌ ପାଇଁ ଜଣାଶୁଣା ରହିଛି। ଅରମାଣ୍ଡୋ ଏକମାତ୍ର ଲଙ୍ଗ-ଡିସଣ୍ଟେସ୍‌ ରେସିଙ୍ଗ ପାରା ଅଟେ। ସେଥିପାଇଁ ନିଲାମରେ ସବୁଠାରୁ ଦାମିକା ପକ୍ଷୀ ଭାବେ ଅରମାଣ୍ଡୋ  ପାରା ବିକ୍ରି ହୋଇଯାଇଛି। ଅରମାଣ୍ଡୋକୁ ଏବେ ୫ବର୍ଷ ଏବଂ ତାର ଅବସର ସମୟ ଆସିବା ଜାଣି ବି ଚୀନର ଜଣେ ବ୍ୟକ୍ତି ତାଙ୍କୁ କିଣି ନେଇଛନ୍ତି। ପାରାଙ୍କ ଏହି ନିଲାମିରେ ଅରମାଣ୍ଡୋ ସମେତ ପାଖାପାଖି ୧୭୮ଟି ପାରା ବିକ୍ରି ହୋଇଛି। ଏଥିରେ ଅରମାଣ୍ଡୋର ସାତଟି ଛୁଆ ବି ସାମିଲ ରହିଥିବା ଜଣାପଡ଼ିଛି।

By amfnews

Related Post