Mon. Aug 24th, 2026

୮୫ କେଜି ଗଞ୍ଜେଇ ଓ ୧୬ କେଜି ଅଫିମ ଜବତ, ୩ ଗିରଫ

275 Views

ବାଲିଅନ୍ତା : କଟକ ଅବକାରୀ ଫ୍ଲାଇଂ ସ୍କ୍ଵାଡ୍‌ ଓ ଭୁବନେଶ୍ୱର ଅବକାରୀ ବିଭାଗ ମିଳିତ ଭାବେ ଆଜି ଭୁବନେଶ୍ୱର ଓ ବାଲିଅନ୍ତା ଥାନା ଅଞ୍ଚଳରେ ଚଢ଼ଉ କରି ୮୫ କେଜି ଗଞ୍ଜେଇ ସମେତ ୧୬ କେଜି ଅଫିମ ଜବତ କରିଛନ୍ତି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୭ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଏହି ବେଆଇନ କାରବାରରେ ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସେମାନେ ହେଲେ, ବାଲିଅନ୍ତା ହାଟସାହିର ପ୍ରଫୁଲ୍ଲ ସାହୁ(୬୨), ଖାରବେଳନଗର ଥାନା ଅଞ୍ଚଳର ତପନ ଶର୍ମା(୪୦) ଏବଂ ଲକ୍ଷ୍ମୀସାଗର ଥାନା ବୁଦ୍ଧେଶ୍ୱରୀ କଲୋନିରେ ରହୁଥିବା ଝରଣା ସାମଲ(୪୮)। ଅପରପକ୍ଷେ ୟୁନିଟ-୪ ମାର୍କେଟ ନିକଟ ମା’ ମଙ୍ଗଳା ବସ୍ତିରେ ଚଢ଼ଉ କରି ଏହି ଦଳ ୨୦କେଜି ଗଞ୍ଜେଇ ଜବତ କରିଥିଲେ ହେଁ ଅଭିଯୁକ୍ତ ବ୍ୟବସାୟୀଙ୍କୁ ଗିରଫ କରା ନ ଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

By amfnews

Related Post