Thu. May 14th, 2026

୮୨୭ ଟି ପର୍ଣ୍ଣ ଓ୍ଵବସାଇଟ୍‌କୁ ବନ୍ଦ କଲେ ଭାରତ ସରକାର ୟୁଜରମାନେ କରୁଛନ୍ତି ନାପସନ୍ଦ

263 Views

ବେଙ୍ଗଲୁରୁ, ନଭେମ୍ବର ୦୧: ଭାରତ ସରକାର ୮୨୭ ଟି ପର୍ଣ୍ଣ ଓ୍ଵବସାଇଟ୍‌କୁ ବନ୍ଦ କରିବାର ନିଷ୍ପତ୍ତି ଦେଇଛନ୍ତି। ଏହି ନିଷ୍ପତ୍ତିକୁ କିନ୍ତୁ ଏସବୁ ସାଇଟ୍‌ର ୟୁଜରମାନେ ନାପସନ୍ଦ କରିଛନ୍ତି। ବିଶେଷ କରି ଯେଉଁମାନେ ଏହି ଓ୍ଵବସାଇଟ୍‌ର ବାର୍ଷିକ ଗ୍ରାହକ ହୋଇ ପଇସା ଦାଖଲ କରିଛନ୍ତି, ଏବଂ ଯେଉଁମାନେ ଏହାର ପରିବେଷଣ କରୁଛନ୍ତି , ସେମାନେ କ୍ଷୁବ୍ଧ ହୋଇଛନ୍ତି।

ଇତିମଧ୍ୟରେ ଜିଓ ମଧ୍ୟ ନିଜ ନେଟଓ୍ଵାର୍କରେ ପର୍ଣ୍ଣସାଇଟ୍‌ସ ଗୁଡିକ ବନ୍ଦ କରି ଦେଇଛନ୍ତି। କିନ୍ତୁ ଲୋକେ ଏହାକୁ ସ୍ୱୀକାର କରିନାହାନ୍ତି। ପର୍ଣ୍ଣ ୟୁଜରସ ଓ ଏହାକୁ ପରିବେଷଣ କରୁଥିବା ସଂସ୍ଥାମାନେ ଏହି ନିଷେଧ ଦେଶ ନିଷ୍ପତ୍ତିକୁ ନେଟ୍‌ ନ୍ୟୁଟ୍ରିଲିଟିର ବିରୁଦ୍ଧ ବୋଲି ଦର୍ଶାଇଛନ୍ତି।

ଅପରପକ୍ଷରେ ଏହି ନିଷେଧାଦେଶକୁ ସମର୍ଥନ କରୁଥିବା ଲୋକଙ୍କର କହିବା କଥା ହେଲା ଯେ ପର୍ଣ୍ଣ ମହିଳାମାନଙ୍କ ପ୍ରତି ଯୌନ ହିଂସାକୁ ପ୍ରୋତ୍ସାହିତ କରୁଛି।

ୟୁଜରମାନଙ୍କ କହିବା କଥା ହେଲା କି ଚାଇଲଡ୍‌-ପର୍ଣ୍ଣ,ରେପ୍‌ ପର୍ଣ୍ଣ ଓ ବିଡିଏସଏମ୍‌ ଭଳି ପର୍ଣ୍ଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଏହି ପ୍ରସଙ୍ଗରେ ପର୍ଣ୍ଣହବ୍‌ର ଉପାଧ୍ୟକ୍ଷ କୋରି ପ୍ରାଇସଙ୍କ ମତ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଭାରତ ସରକାର କେବଳ ପର୍ଣ୍ଣହବ୍‌ ଭଳି ବଡ ପର୍ଣ୍ଣସାଇଟ୍‌ ଗୁଡିକୁ ନିଷିଦ୍ଧ କରିଛନ୍ତି,କିନ୍ତୁ ହଜାର ହଜାର ସଂଖ୍ୟକ ଅବୈଧ ରିସ୍କି ସାଇଟସ୍‌ ରହିଛି , ଯାହାକୁ ବ୍ଲକ୍‌ କରାଯାଇ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଭାରତରେ ପର୍ଣ୍ଣୋଗ୍ରାଫି ଉପରେ କୌଣସି ଆଇନ୍‌ ନାହିଁ।ତେବେ ଭାରତ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

By amfnews

Related Post