Sat. Oct 17th, 2026

୮ରୁ ପୁଲିସ ଆନ୍ଦୋଳନ: ସାମିଲ ହେବେ ୭୨ ହଜାର କର୍ମଚାରୀ!

359 Views

ଓଏସ୍‌ଏପି, ଓପିଏ ଏବଂ ହାବିଲଦାର କନଷ୍ଟେବଲ ସିପାହୀ ମହାସଂଘର ବୈଠକ ପରେ ଏହି ସୂଚନା ଦିଆଯାଇଛି। ବୈଠକରେ ଓଡ଼ିଶା ପୁଲିସର ୩ଟି ସଂଘର କର୍ମକର୍ତ୍ତା ସାମିଲ ଥିଲେ। ଓଡ଼ିଶା ପୁଲିସ ଆଜି ରାତିକ ପାଇଁ ରାଜ୍ୟ ସରକାରଙ୍କୁ ଡେଡଲାଇନ୍‌ ଦେଇଛି। ରାତି ସୁଦ୍ଧା ୬ ଦାବି ପୂରଣ ନ ହେଲେ କାଲିଠୁ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଆନ୍ଦୋଳନ ପୂର୍ବରୁ ଆଜି ଓଡ଼ିଶା ପୁଲିସ କୋର୍ଡିନେସନ୍‌ କମିଟି ବୈଠକ ବସିଛି। ବୈଠକରେ ଆନ୍ଦୋଳନ ସଂପର୍କୀତ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ ଦାବି ପୂର୍ବରୁ ହାବିଲଦାର କନଷ୍ଟେବଲ ସିପାହୀ ମହାସଂଘକୁ ରାଜ୍ୟ ସରକାର ସମୟ ମାଗିଥିଲେ। ରାଜ୍ୟ ସରକାର ଦାବି ଉପରେ ବିଚାର ପାଇଁ ୨ ଦିନ ସମୟ ମାଗିଥିଲେ। ସରକାର ସମୟ ମାଗିବା ପରେ ଆନ୍ଦୋଳନକୁ ମହାସଂଘ ୨ ଦିନ ଘୁଂଚାଇ ଦେଇଥିଲା। ପୂର୍ବରୁ ମହାସଂଘ କହିଥିଲା, ଫେବ୍ରୁଆରି ୬ ସୁଦ୍ଧା ଦାବି ପୂରଣ ନ ହେଲେ ୭ରୁ ଆନ୍ଦୋଳନ ହେବ। ମହାସଂଘର ସଭ୍ୟମାନେ ୭ରୁ କଳାବ୍ୟାଜ ପିନ୍ଧିବେ ଏବଂ ଅସ୍ତ୍ରଶସ୍ତ୍ର ଫେରାଇ ଦେବେ।

By amfnews

Related Post