Thu. Jun 11th, 2026

୮ଟି କୋଭିଡ୍-୧୯ ଟିକାର ଡାକ୍ତରୀ ପରୀକ୍ଷା ଚାଲିଛି: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

242 Views

ଜେନେଭା : ସମଗ୍ର ବିଶ୍ବରେ କୋଭିଡ୍-୧୯ ବିପକ୍ଷରେ ସମୁଦାୟ ଆଠଟି ପ୍ରତିଷେଧକ ଟିକାର ଡାକ୍ତରୀ ପରୀକ୍ଷା ଚାଲିଛି ଏବଂ ଅନ୍ୟ ୧୧୦ଟି ଟିକା ପ୍ରସ୍ତୁତିର ବିଭିନ୍ନ ପର୍ଯ୍ୟାୟରେ ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସୂଚନା ଦେଇଛି।

ସଂକ୍ରମଣ ପ୍ରତିହତ କରିବାକୁ ବିଶ୍ବ ବ୍ୟାପୀ ସରକାରମାନେ ଜୋର୍‌ଦାର୍ ଉଦ୍ୟମ ଚଳାଇଥିବା ବେଳେ ଭୂତାଣୁ ବିରୋଧରେ ଲଢ଼ିବାକୁ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍ ଏବଂ ଜର୍ମାନିର ଔଷଧ କମ୍ପାନି ଓ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକ ଟିକା ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ବୋଲି ‘ସାଉଥ୍ ଚାଇନା ମର୍ଣ୍ଣିଂ ପୋ‌ଷ୍ଟ୍’ ରିପୋର୍ଟ କରିଛି।

କେବେ ସୁଦ୍ଧା ଟିକା ପ୍ରସ୍ତୁତ ହୋଇଯିବା ସେ ସଂକ୍ରାନ୍ତରେ ବି ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍ ଭଳି କେତେକ ଦେଶ ଆନୁମାନିକ ତାରିଖ ଘୋଷଣା କରି ସାରିଛନ୍ତି।

ଶନିବାର ଦିନ ଚୀନ୍‌ର ସ୍ବାସ୍ଥ୍ୟ ଅଧିକାରୀ ସାଙ୍ଗ୍ ୱେନ୍‌ହଙ୍ଗ୍ କହିଛନ୍ତି ଯେ ମାର୍ଚ ୨୦୨୧ରେ ମଣିଷକୁ ସଫଳ କରୋନାଭାଇରସ୍ ଟିକା ଦେଇ ହେବ।

ସେ ଆହୁରି କହିଛନ୍ତି ଯେ ଟିକା ବିକାଶ କରିବାରେ ଅନିଶ୍ଚିତତା ରହିଛି। ଏମ୍ଇଆର୍‌ଏସ୍ ଏବଂ ସାର୍ସ ସମେତ କରୋନାଭାଇରସ୍‌ଗୁଡ଼ିକ ବିପକ୍ଷରେ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ କୌଣସି ଟିକା ବିଶେଷ ଫଳପ୍ରଦ ହୋଇନାହିଁ। ତେଣୁ ପ୍ରସ୍ତୁତ ହେଉଥିବା କୌଣସି ଗୋଟିଏ ଟିକା ଯଦି ଫଳପ୍ରଦ ହୋଇ ପାରିଲା ଏବଂ ଶୀଘ୍ର ତିଆରି ହୋଇ ପାରିଲା, ଆସନ୍ତାବର୍ଷ ମାର୍ଚରୁ ଜୁନ୍ ମାସ ମଧ୍ୟରେ ତାହା ଉପଲବ୍ଧ ହୋଇପାରିବ।

By amfnews

Related Post