Mon. Apr 27th, 2026

୮ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ମୃତ।

223 Views

ଓଡିଶା ସୀମାନ୍ତ ଛତିଶଗଡରେ ଜଣ ୮ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀକୁ ମାରିବାରେ ସଫଳ ହୋଇଛି।ମିଳିଥିବା ସୂଚନାନୁସାରେ ପ୍ରାଣ ହରାଇଥିବା ମହିଳା ମାଓବାଦୀ ପ୍ରତିବନ୍ଧିତ ମାଓବାଦୀ ସଂଗଠନ ମିଲିଟାରୀ ପ୍ଲାଟୁନ କମାଣ୍ଡର ଜ୍ୟୋତି ବୋଲି ପୁଲିସ କହିଛି।
ଆଜି ସନ୍ଧ୍ୟାରେ ଛତିଶଗଡ଼ ପୁଲିସ ଛତିଶଗଡ଼ ଓ ଓଡିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଦଣ୍ଡିପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ମାନେ ପୁଲିସ ଆସିବା ଜାଣି ପାରି ଅତର୍କିତ ଭାବେ ପୁଲିସ ଉପରକୁ ଗୁଳି ବିନିମୟ କରିଥିଲେ।ପୁଲିସ ମଧ୍ୟ ଆତ୍ମରକ୍ଷା କରିବା ପାଇଁ ଗୁଳି ଚଳାଇଥିଲା।
ଦଣ୍ଡିପଦର ଜଙ୍ଗଲରେ ଦୀର୍ଘ ସମୟ ଧରି ମାଓବାଦୀ ପୁଲିସ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା।ମାଓବାଦୀ ମାନଙ୍କ ଉପରେ ପୁଲିସ ଭାରି ପଡିବାରୁ ମାଓବାଦୀ ମାନେ ଅନ୍ଧାରର ସୁଯୋଗ ନେଇ ଖସି ପଳାଇଥିଲେ।ଏହା ପରେ ପୁଲିସ ମଧ୍ୟ ସେମାନଙ୍କୁ।ପିଛା କରିଥିଲା ହେଲେ ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀ ମାନେ ଉଭାନ ହୋଇଯାଇଥିଲେ।
ଗୁଳି ବିନିମୟ ପରେ ଘଟଣା ସ୍ଥଳକୁ ପୁଲିସ ତଲାସୀ କରିବାରୁ ଜଣେ ବର୍ଦିଧାରୀ ମହିଳା ମାଓବାଦୀର ଶବ ପୁଲିସ ଜବତ କରିଛି ବୋଲି ଏସପି ଅଭିଷେକ ମୀନା ସୂଚନା ଦେଇଛନ୍ତି।

By amfnews

Related Post