Sat. Aug 15th, 2026

୭୨ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆଜି ରାଷ୍ଟ୍ରବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ରାଷ୍ଟ୍ରପତି

294 Views

ନୂଆଦିଲ୍ଲୀ, ଜାନୁଆରୀ ୨୫ : ୭୨ତମ ସାଧାରଣତନ୍ତ୍ର ଦିବସର ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରବାସୀଙ୍କ ଉଦ୍ଦେଶ୍ୟ ସମ୍ବୋଧନ କରିବେ । ଆଜି ରାତି ୭ଟାରୁ ତାଙ୍କର ଏହି ସମ୍ବୋଧନ ଆକାଶବାଣୀର ସମସ୍ତ ଚାନେଲ୍‍ ସମେତ ଦୂରଦର୍ଶନରେ ପ୍ରଥମେ ହିନ୍ଦୀ ଓ ପରେ ଇଂରାଜୀ ଦୁଇଟି ଭାଷାରେ ପ୍ରସାରଣ କରାଯିବ  ।

ତେବେ ପ୍ରଥମତଃ ହିନ୍ଦୀ ଓ ଇଂରାଜୀ ଭାଷାରେ ଶ୍ରୀ କୋବିନ୍ଦଙ୍କ ସମ୍ବୋଧନର ପ୍ରସାରଣ ପରେ ଦୂରଦର୍ଶନର ସମସ୍ତ ଆଞ୍ଚଳିକ ଚାନେଲରେ ଏହି ଅଭିଭାଷଣର ଓଡିଆ ରୂପାନ୍ତର ପ୍ରସାରଣ କରାଯିବ। ଆକାଶବାଣୀରେ ଆଞ୍ଚଳିକ ନେଟୱର୍କରେ ଏହି ସମ୍ବୋଧନର ଓଡିଆ ରୂପାନ୍ତର ରାତି ୯ଟା୩୦ ମିନିଟରେ ପ୍ରସାରିତ ହେବ।

By amfnews

Related Post