Mon. Aug 3rd, 2026

୭ ଦିନ ଧରି ପାଟନା ଜଳବନ୍ଦୀ, ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ଲୋକେ

223 Views

ପାଟନା  : ବିହାରର ରାଜଧାନୀ ପାଟନା ଦୀର୍ଘ ୭ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ରହିଛି। ପାଟନାର ରାଜେନ୍ଦ୍ର ନଗରର ସ୍ଥିତି ସବୁଠୁ ବେଶୀ ଶୋଚନୀୟ। ଏଠାରେ ଅନେକ ଖ୍ୟାତନାମା ଡାକ୍ତର, ଇଂଜିନିୟର, ପ୍ରଫେସର ଏବଂ ପ୍ରଶାସନିକ ଅଧିକାରୀ ରହୁଛନ୍ତି।

ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ମଧ୍ୟ ରାଜେନ୍ଦ୍ର ନଗରରେ ରହୁଛନ୍ତି। କିନ୍ତୁ ସେପ୍ଟେମ୍ବର ୨୮ ତାରିଖ ରାତିରୁ ରାଜେନ୍ଦ୍ର ନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ୨ ଲକ୍ଷରୁ ଅଧିକ ଲୋକ ପାଣି ଘେରରେ ରହିଛନ୍ତି। ସପ୍ତାହେ ବିତି ଯାଇଥିଲେ ମଧ୍ୟ ସରକାର ବନ୍ୟା ପାଣି ନିଷ୍କାସନ କରିବାରେ ବିଫଳ ହୋଇଛନ୍ତି। ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।

ବିହାରର ୧୫ ଜିଲ୍ଲାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୪୯୪ ପଞ୍ଚାୟତ ଜଳବନ୍ଦୀ ରହିଥିବା ବେଳେ ରାଜ୍ୟରେ ଥିବା ୧୯ଟି ରିଲିଫ୍ ଶିବିରରେ ୧୦ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି । ଉଦ୍ଧାର କାର୍ଯ୍ୟରେ ୧୯ ଏନ୍ଡିଆରଏଫ୍, ୫ ଏସ୍ଡିଆରଏଫ୍ ଏବଂ ୧୦୦୦ ବୋଟ୍ ମୁତୟନ ହୋଇଛି। କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ବନ୍ୟା ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଛି ଏବଂ ସ୍ଥିତି ଖୁବ୍ ଶୀଘ୍ର ସୁଧୁରିବ ।

By amfnews

Related Post