Fri. May 22nd, 2026

୬୧ ବର୍ଷୀୟା ବୃଦ୍ଧାଙ୍କୁ ଅଚେତ ହେବାର ଇଂଜେକ୍ସନ୍‌ ଦେଇ କଂପାଉଣ୍ଡରଙ୍କ ଦୁଷ୍କର୍ମ

192 Views

ମେରଟ୍‌ , ୨୦/୧୧ : ଉତ୍ତର ପ୍ରଦେଶର ମେରଟ ସହରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୬୧ ବର୍ଷୀୟା ବୃଦ୍ଧାଙ୍କୁ ଅଚେତ ହେବାର ଇଂଜେକ୍ସନ୍‌ ଦେଇ ଦୁଷ୍କର୍ମ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପୁଲିସ ହସ୍ପିଟାଲର କଂପାଉଣ୍ଡରଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। କିନ୍ତୁ ଏହି ଦୁଷ୍କର୍ମ ଘଟଣାରେ ପୁଲିସ୍‌ କାହାରିକୁ ଗିରଫ କରିନଥିବା ଜଣାଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ଅବସରପ୍ରାପ୍ତ ସେହନ୍ୟବାହିନୀର ଅଧିକାରୀ ନିଜର ୬୧ ବର୍ଷୀୟା ପତ୍ନୀଙ୍କୁ ଏକ ଜଣାଶୁଣା ହସ୍ପିଟାଲକୁ ଚିକିତ୍ସା କରାଇବାକୁ ନେଇଥିଲେ। ପୀଡ଼ିତାଙ୍କ କହିବା ଅନୁଯାୟୀ ରାତି ପ୍ରାୟ ଏଗାରଟା ବେଳେ କଂପାଉଣ୍ଡର ତାଙ୍କୁ ତିନିଟି ଇଂଜେକ୍ସନ୍‌ ଦେଲେ। ତା’ପରେ ସେ ବେହୋଶ ହୋଇଗଲେ। ଅଚେତନ ଅବସ୍ଥାରେ କଂପାଉଣ୍ଡର ତାଙ୍କ ସହିତ ଦୁଷ୍କର୍ମ କରିଥିଲା ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି। ଯେତେବେଳେ ତାଙ୍କର ଚେତା ଫେରଥିଲା,ସେତେବେଳେ ସେ ଦେଖିଲେ ନିଜର କପଡା ଏପଟ ସେପଟ ହୋଇଛି।

ଏହାପରେ ବୃଦ୍ଧାଜଣକ ଘଟଣା ସଂପର୍କରେ ସ୍ୱାମୀ ଓ ପୁଅଙ୍କୁ କହିଥିଲେ। ସେମାନେ ପୁଲିସ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ହସ୍ପିଟାଲ ଇନ୍‌ ଚାର୍ଜ ଏହି ଘଟଣାକୁ ମନଗଢା ଓ ହସ୍ପିଟାଲକୁ ବଦନାମ କରିବା ଲାଗି ଉଦ୍ଦିଷ୍ଟ ବୋଲି କହିଛନ୍ତି।

By amfnews

Related Post