Wed. Sep 30th, 2026

୬ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ବର୍ବର ଆକ୍ରମଣ

197 Views

ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ୬ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ବର୍ବର ଭଆକ୍ରମଣ ଏବେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଦିଲ୍ଲୀର ଦ୍ବାରକା‌ ଅଞ୍ଚଳରେ ଏହି ଘଟଣା ଘଟିଛି। ପୀଡ଼ିତାଙ୍କୁ ଦୁଷ୍କର୍ମ ପରେ ତାଙ୍କ ପେଟରେ ପ୍ରଚଣ୍ଡ ପ୍ରହାର କରାଯାଇଛି ଯାହା ଫଳରେ ତାଙ୍କ ଗୁପ୍ତାଙ୍ଗରେ ଥିବା ଶିରାଗୁଡ଼ିକ ଫାଟିଯାଇଛି ଏବଂ ଏଥିପାଇଁ ପୀଡ଼ିତାଙ୍କ ଶରୀର‌ରେ ଅନେକ ଅସ୍ତ୍ରୋପଚାର କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ପ୍ରଥମେ ପୀଡ଼ିତାଙ୍କୁ ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ନିଆଯାଇଥିଲା କିନ୍ତୁ‌ ସେଠାରୁ ତାଙ୍କୁ ସଫରଦରଜଙ୍ଗ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

By amfnews

Related Post