Sat. Oct 17th, 2026

୫ କୋଟି ଟଙ୍କାର ଋଣ ନାଆଁରେ ୫୦ ଲକ୍ଷର ଠକାମି

232 Views

ପାଲଘର, ଡିସେମ୍ବର ୦୯: ପାଲଘର ଜିଲ୍ଲାର ସାତପାଟି ପୁଲିସ ଥାନା ଅଞ୍ଚଳର ଟେମ୍ଭୋଡେ ନିବାସୀ ଜଣେ ବ୍ୟକ୍ତି ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ସହକାରୀ ପରିଚାଳକ ସମେତ ୨ ଜଣଙ୍କୁ ୫ କୋଟି ଟଙ୍କା ଋଣ ଦେବା ନାଆଁରେ ୫୦ ଲକ୍ଷ ଟଙ୍କାର ଠକାମି କରିଥିବାର ଅଭିଯୋଗ ହୋଇଛି। ପୀଡ଼ିତଙ୍କ ଅଭିଯୋଗକ୍ରମେ ପୁଲିସ ଉଭୟଙ୍କୁ ଗିରଫ  କରିଛି। ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୪୨୦,୪୦୬ ଓ ୩୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ପାଲଘରର ବୈଭବ ଲକ୍ଷ୍ମୀ ସୋସାଇଟିରେ ରହୁଥିବା  ଅଶୋକ କମାର ଦେବଦାସନ୍‌ ନାୟାର୍‌ (୪୬) ପୁଲିସକୁ କହିଥିଲେ ଯେ,୨୦୧୩ ଓ ୨୦୧୪ରେ ତାଙ୍କୁ ୫ କୋଟି ଟଙ୍କାର ଋଣ ଦେବା ଆଳରେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ସହକାରୀ ସାଧାରଣ ପରିଚାଳକ ଇମାମୁଦ୍ଦିନ ଶେଖ ଓ ଫୟାଜ୍‌  ଶେଖ୍‌ ଏକ ବ୍ଲାଙ୍କ୍‌ ଚେକ୍‌ ଦେଇଥିଲେ। ତା’ପରେ ସେହି ଜମାଖାତାରୁ ପ୍ରାୟ ୪୮ ଲକ୍ଷ ୫୨ ହଜାର ଟଙ୍କା ନେଇ ଯାଇଥିଲେ ଉକ୍ତ ଦୁଇ ଅଭିଯୁକ୍ତ। ଟଙ୍କା ଉଠାଇ ନେବା  ପରେ ଉଭୟ ଅଭିଯୁକ୍ତ ପୁଣେ ଚାଲି ଯାଇଥିଲେ। ନିଜେ ଠକାମି ହୋଇଥିବାର ଶିକାର ଜାଣିବାପରେ ପୀଡ଼ିତ ସାତପାଟି ପୁଲିସ ନିକଟରେ ଅଭିଯୋଗ କରିଥିଲେ।

By amfnews

Related Post