Thu. Jul 30th, 2026

୪୦ ବେସିସ୍ ପଏଣ୍ଟ୍‌ କାଟି ରେପୋ ରେଟ୍ ୪. ୪% ରୁ ୪% ହ୍ରାସ କଲା ରିଜର୍ଭ ବ୍ୟାଙ୍କ୍

247 Views

ନୂଆଦିଲ୍ଲୀ: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୪୦ ବେସିସ୍ ପଏଣ୍ଟ୍ କାଟି ତା’ର ରେପୋ ରେଟ୍ ୪. ୪% ରୁ ୪%କୁ ହ୍ରାସ କରିଛି। ଏବଂ ୩. ୭୫%ରୁ ୩. ୫୫%କୁ ହ୍ରାସ କରାଯାଇ ରିଜର୍ଭ ବ୍ୟାଙ୍କ୍‌ର ରିଜର୍ଭ ରୋପୋ ରେଟ୍‌ରେ ସମନ୍ବୟ ଅଣାଯାଇଥିବା କଥା ଆଜି ଭିଡିଓ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି।

ଛଅଜଣିଆ ସଦସ୍ୟବିଶିଷ୍ଟ ମନିଟାରି ପଲିସି କମିଟିରେ ରେପୋ ରେଟ୍ ୪୦ ବେସିସ୍ ପଏଣ୍ଟ୍ କାଟ ସପକ୍ଷରେ ୫:୧ ଭୋଟ୍ ମିଳିଛି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି କି, ଦେଶରେ କରୋନାଭାଇରସ୍ ସଙ୍କଟ ଯୋଗୁଁ ବିଜୁଳି, ପେଟ୍ରୋଲିୟମ୍ ଉତ୍ପାଦନ ବ୍ୟବହାରର ଚାହିଦା ହ୍ରାସ ପାଇଛି। ଘରୋଇ ବ୍ୟବହାର ଚାହିଦା ମଧ୍ୟ ହ୍ରାସ ପାଇଛି। ବି‌ନିଯୋଗ ଚାହିଦା ମଧ୍ୟ ହ୍ରାସ ପାଇଛି।

ସେ କହିଛନ୍ତି, ୨୦୨୦-୨୧ ବର୍ଷରେ ଅଭିବୃଦ୍ଧି ହାର ବିଯୁକ୍ତାତ୍ମକ ବର୍ଗରେ ରହିବ। ବର୍ଷର ଦ୍ବିତୀୟାର୍ଦ୍ଧରେ ଅଭିବୃଦ୍ଧି ହାର କିଛିଟା ବୃଦ୍ଧି ପାଇପା‌ରେ। ଆର୍ଥିକ ବର୍ଷର ଦ୍ବିତୀୟାର୍ଦ୍ଧରେ ଅର୍ଥନୈତିକ, ଆର୍ଥିକ ଏବଂ ପ୍ରଶାସନିକ ବ୍ୟବସ୍ଥାର ମିଳିତ ପଦକ୍ଷେପ ଆର୍ଥିକ ପୁନଃରୁତ୍ଥାନ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ।

ଏହାଛଡ଼ା ୯୦ ଦିନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏସ୍‌ଆଇଡିବିଆଇ ପାଇଁ ୧୫୦୦୦ କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଛି। ଏକ୍ସପୋର୍ଟ କ୍ରେଡିଟ୍ ସମୟ ସୀମା ୧ ବର୍ଷରୁ ୧୫ ମାସ ଯାଏଁ ବୃଦ୍ଧି କରାଯାଇଛି। ଇଏକ୍ସଆଇଏମ୍ ବ୍ୟାଙ୍କ୍‌କୁ ୧୫୦୦୦ କୋଟି ଋଣ ଦିଆଯିବ। ମୋରାଟରିୟମ୍ ଉପରେ ଋଣ ପରିଶୋଧ ସମୟ ଆଉ ତିନି ମାସ ବଢ଼ାଇ ଦିଆଯାଇଛି।

By amfnews

Related Post