Sat. Apr 25th, 2026

୪୦ ଘଣ୍ଟାର ଯୁଦ୍ଧ : ଭାରତ ସ୍ୱାଧୀନତା ପାଇବାର ୧୪ ବର୍ଷ ପରେ ପର୍ତ୍ତୁଗିଜଙ୍କ ଠାରୁ ମୁକ୍ତ ହୋଇଥିଲା ଗୋଆ ,ଦାମନ ଓ ଡିଉ

395 Views

ନୂଆଦିଲ୍ଲୀ: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଭାରତ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ଏକ ସ୍ୱାଧୀନ ଦେଶଭାବେ ସମଗ୍ର ବିଶ୍ୱରେ ନିଜକୁ ପ୍ରତିଷ୍ଠିତ କରିଥିଲା। ତେବେ ବ୍ରିଟିଶଙ୍କ ସହିତ ଫ୍ରାନ୍ସ ଓ ପର୍ତ୍ତୁଗିଜମାନେ ମଧ୍ୟ ଭାରତର କେତେକ ଅଞ୍ଚଳରେ ଉପନିବେଶ କରି ସେଠାରେ ନିଜର ଶାସନ ଚଳାଇଥିଲେ। ଏପରିକି ବ୍ରିଟିଶ ଓ ଫ୍ରାନ୍ସ କର୍ତ୍ତୃପକ୍ଷ ଭାରତ ଛାଡ଼ି ଚାଲିଯିବା ପରେ ମଧ୍ୟ ପର୍ତ୍ତୁଗିଜମାନେ ଦୀର୍ଘ ୧୪ ବର୍ଷ ଧରି ଗୋଆ ସହିତ ଡାମନ ଓ ଡିଉ ଉପରେ ନିଜର କବ୍‌ଜା ଜାହିର କରି ସେଠାରେ ଶାସନ ଚଳାଇଥିଲେ।

ଏ ନେଇ ସ୍ୱାଧୀନ ଭାରତ ସରକାର ଯେତେଥର ପର୍ତ୍ତୁଗିଜକର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା, କଥାବାର୍ତ୍ତା ପାଇଁ ଚାହିଁଲେ ମଧ୍ୟ ଗୋଆ,ଡାମନ ଓ ଡିଉ ଉପରେ ଶାସନ କରୁଥିବା ପର୍ତ୍ତୁଗିଜମାନେ ଏହାକୁ ଗୁରୁତ୍ୱ ଦେଲେ ନାହିଁ। ଶେଷରେ ସ୍ୱାଧୀନ ଭାରତ ସୈନ୍ୟବାହିନୀର ଏକ ଦଳ ଗୋଆ ଅଭିମୁଖେ ଯାଇ ଏହାକୁ ମୁକ୍ତ କରିବାକୁ ତତ୍‌କାଳୀନ ଗୃହମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆଉ ସରକାରଙ୍କ ଠାରୁ ଏହି ନିର୍ଦ୍ଦେଶ ପାଇ ଭାରତୀୟ ସେନାରଏହି ଟିମ୍‌ ମାତ୍ର ୪୦ ଘଣ୍ଟାର ଯୁଦ୍ଧ ପରେ ୧୯୬୧ ମସିହା ଡିସେମ୍ବର ମାସ ୧୯ ତାରିଖ ଦିନ ଗୋଆ, ଡାମନ ଓ ଡିଉର ଶାସନ କ୍ଷମତାକୁ ନିଜ ନିୟନ୍ତ୍ରଣକୁ ଆଣିବା ସହିତ ସବୁଦିନ ପାଇଁ ଏହାଠାରୁ ପର୍ତ୍ତୁଗିଜମାନଙ୍କୁ ବିତାଡ଼ିତ କରିଥିଲେ।
ସୂଚନାଯୋଗ୍ୟ ଯେ ୧୯୮୭ ମସିହା ମାର୍ଚ୍ଚ ୩୦ ତାରିଖରେ କେନ୍ଦ୍ର ସରକାର ଗୋଆକୁ ଏକ ସ୍ୱତନ୍ତ୍ର ରାଜ୍ୟଭାବେ ମାନ୍ୟତା ଦେବା ସହିତ ଡାମନ ଓ ଡିିଉକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରିଥିଲେ।

By amfnews

Related Post