Tue. Sep 22nd, 2026

୪ ମାସପରେ ଟ୍ରେନରେ ଯାତ୍ରା କରିବା ସମୟରେ ଚା’, ଜଳଖିଆ ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିବ !

371 Views

ନୂଆଦିଲ୍ଲୀ : ଏଣିକି ଟ୍ରେନରେ ଯାତ୍ରା କରିବା ସମୟରେ ଚା’,ଜଳଖିଆ ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିବ। ଖାଲି ସେତିକି ନୁହେଁ ଟ୍ରେନ୍ ଟିକେଟ ବୁକିଂ ସମୟରେ ଏବାଦରେ ଅର୍ଥ ଦେବାକୁ ପଡ଼ିବ। ରାଜଧାନୀ, ଶତାବ୍ଦୀ ଏବଂ ଦୂରାନ୍ତ ଟ୍ରେନରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣାଯାଇଛି। ତେବେ ଏହି ନୂଆ ଦର ଚାରିମାସପରେ ଲାଗୁ କରାଯିବ ବୋଲି କୁହାଯାଉଛି।

सांकेतिक तस्वीर।
ରେଳବାଇ ବୋର୍ଡରେ ପର୍ଯ୍ୟଟନ ଏବଂ ଖାଦ୍ୟପେୟ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି ହୋଇଥିବା ସର୍କୁଲାରରେ ଜଣା ପଡିଛି ଯେ ରାଜଧାନୀ, ଶତାବ୍ଦୀ ଏବଂ ଦୂରାନ୍ତ ଟ୍ରେନରେ ଚା ଜଳଖିଆ, ଖାଦ୍ୟପେୟ ମହଙ୍ଗା ହେବାକୁ ଯାଉଛି। ଏହି ଟ୍ରେନରେ ଟିକେଟ୍ କରିବା ସମୟରେ ଚା’ ଜଳଖିଆ ଏବଂ ଖାଦ୍ୟ ପାଇଁ ଟଙ୍କା ଦେବାକୁ ପଡିବ। ସେହି ସମୟରେ ଅନ୍ୟ ଟ୍ରେନରେ ମଧ୍ୟ ଖାଦ୍ୟପେୟ ର ଦାମ୍ ବି ବଢ଼ିବ ବୋଲି ଅନୁମାନ କରାଯାଉଛି।

ରାଜଧାନୀ, ଦୂରନ୍ତ ଏବଂ ଶତାବ୍ଦୀ ଟ୍ରେନରେ ଖାଦ୍ୟପେୟ ଉପରେ ଲାଗୁ ହୋଇଥିବା ନୂତନ ଦର ମୁତାବକ, ଯାତ୍ରୀମାନଙ୍କୁ ଏବେ ଚା’ର ଦାମ୍ ୧୦ ଟଙ୍କା ବଦଳରେ ୨୦ ଟଙ୍କା, ସ୍ଲିପର କ୍ଲାସର ଯାତ୍ରୀଙ୍କ ପାଇଁ ୧୫ ଟଙ୍କା ରହିବ।

ସେହିପରି ଦୂରନ୍ତ ସ୍ଲିପର କ୍ଲାସରେ ଜଳଖିଆ  ୮୦ ଟଙ୍କାରେ ମିଳୁଥିଲା। ତାହା ଏବେ ୧୨୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହି ସମୟରେ ସନ୍ଧ୍ୟା ଚା’ର ଦାମ୍ ୨୦ ଟଙ୍କାର ବୃଦ୍ଧି କରାଯାଇ ୫୦ ଟଙ୍କା ରଖାଯାଇଛି।

By amfnews

Related Post