Tue. Sep 29th, 2026

୪ ଗ୍ରାମରେ ହାତୀ ଉପଦ୍ରବ ଫଳ ଚାଷ ନଷ୍ଟ

487 Views

ଦେବଗଡ଼: ଜିଲ୍ଲାରେ ହାତୀ ଉପଦ୍ରବ ଯୋଗୁଁ ପନିପରିବା ସହ ଏବେ ଖରାଦିନିଆ ଫଳ ଚାଷ ନଷ୍ଟ ହେବାରେ ଲାଗିଛି। କିଛି ଦିନର ନିରବତା ପରେ ହାତୀମାନେ ପୁଣି ଲେଉଟାଣି କରିଛନ୍ତି। ପ୍ରଧାନପ‌ାଟ ସଂରକ୍ଷିତ ଜଙ୍ଗଲର ବାରକୋଟ ବ୍ଲକ ଟୁସୁଳା, କଣ୍ଟାପାଲି, ଡିମିରିପଶି ଓ ପବିତ୍ରପୁର ଗ୍ରାମରେ ହାତୀ ପଲ ଗତ ୨ ଦିନ ହେଲା ଉପଦ୍ରବ ଜାରି ରଖିଛନ୍ତି। ଯାହା ଫଳରେ ଉକ୍ତ ଅଂଚଳରେ ଚାଷୀଙ୍କ ଆମ୍ବ ଗଛ ସହିତ ବହୁ ଫଳ ଗଛ ନଷ୍ଟ କରି ଦେଇଛନ୍ତି। ଟୁସୁଳା ଗ୍ରାମର ଭୋଳେଶ୍ବର ପୃଷ୍ଟି, ରାଜୀବ ଲୋଚନ ପ୍ରଧାନ, ବିଜୟ ପ୍ରଧାନ, କୁଳମଣି ସାହୁ, ପୀତବାସ ଭୋଇ ଓ ପବିତ୍ରପୁର ଗ୍ରାମର ମନୋହର ସାହୁ ଓ ଜଳନ୍ଧର ସାହୁଙ୍କ ଫଳ ଗଛ ହାତୀ ଉପଦ୍ରବ ଦ୍ବାରା ନଷ୍ଟ ହୋଇଥିବା ବେଳେ ଡିମିରିପଶି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ କଣ୍ଟାପାଲି ଗ୍ରାମର ଦିଗାମ୍ବର ସ୍ବାଇଁ ଓ ଟଙ୍କଧର ପ୍ରଧାନଙ୍କ ଆମ୍ବ ଗଛ ହାତୀମାନେ ନଷ୍ଟ କରିଛନ୍ତି। ଉକ୍ତ ଆମ୍ବ ଚାଷୀମାନେ ବର୍ତ୍ତମାନ ପରସ୍ଥିତିରେ କ୍ଷତିଗ୍ରସ୍ତ ହେବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେମାନଙ୍କ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଦାବି ହେଉଛି। ଏସଂପର୍କରେ ସ୍ଥାନୀୟ ଫରେଷ୍ଟର ରମେଶଚନ୍ଦ୍ର ତ୍ରିପାଠୀଙ୍କ ସହିତ ଯୋଗାଯୋଗ କରିବାରୁ ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ତୀକ୍ଷ୍ନ ନଜର ରଖାଯିବା ସହ ସେମାନଙ୍କୁ ନିୟନ୍ତ୍ରିତ ଭାବେ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରହିଥିବା ସୂଚନା ଦେଇଛନ୍ତି।

By amfnews

Related Post