Sat. Oct 17th, 2026
308 Views

କଣ୍ଟାବାଜିଂ : ବ୍ୟାପକ ସଚେତନତା ସତ୍ତ୍ୱେ ବଲାଙ୍ଗିର ଜିଲ୍ଲାରେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । ବେଆଇନ ଭାବେ ଦାଦନ ଚାଲାଣ ସମୟରେ ଆଜି ସକାଳୁ ସକାଳୁ ତୁରେକେଲା ରେଲୱେ ଷ୍ଟେସନରୁ ୩୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁରେକେଲା ପୁଲିସ୍‌।

ସମସ୍ତ ଉଦ୍ଧାର ଦାଦନ ଶ୍ରମିକ ବେଳପଡା ବ୍ଲକର ବୋଲି ଜଣା ପଡିଛି। ସେମାନଙ୍କ ମଧ୍ୟରେ ୧୪ ଜଣ ଶିଶୁ ଥିବା ଜଣାଯାଇଛି।  ତେବେ ଉଦ୍ଧାର ଶ୍ରମିକଙ୍କୁ କିଏ, କେଉଁଠିକୁ ଚାଲାଣ କରୁଥିଲା ତାହା ସ୍ପଷ୍ଟ ହୋଇନାହିଁ। ଶ୍ରମିକମାନେ  ପଞ୍ଜିକୃତ ହେଇଛନ୍ତି ନା ନାହିଁ , ଏ ନେଇ ପୋଲିସ ତଦନ୍ତ ଜାରୀ ରଖିଛି। ଗତକାଲି କଣ୍ଟାବାଜିଂ ରେଲୱେ ଷ୍ଟେସନରୁ ୧୬ ଦାଦନ ଶ୍ରମିକ ଉଦ୍ଧାର ହୋଇଥିଲେ।

By amfnews

Related Post