Fri. Jun 12th, 2026

୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବଧି

176 Views

ଭୁବେନଶ୍ବର : ଚଳିତମାସ ୧୧ ତାରିଖ ପରିବର୍ତ୍ତେ ବିଜେଡିର ଜନସମ୍ପର୍କ ପଦଯାତ୍ରା ୩୧ ପର୍ଯ୍ୟନ୍ତ ଚାଲିବ। ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ଜନସମ୍ପର୍କ ପଦଯାତ୍ରା ଅବଧିକୁ ବୃଦ୍ଧି କରିଛନ୍ତି। ସାଧାରଣ ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ଜନସମ୍ପର୍କ ପଦଯାତ୍ରା ଅବଧି ରାଜ୍ୟ ସଭାପତି ବୃଦ୍ଧି କରିଥିବା ବିଜେଡି ପକ୍ଷରୁ ଜଣାଇ ଦିଆଯାଇଛି।

ସୂଚନା ଥାଉକି, ଗାନ୍ଧୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବାକୁ ପୂର୍ବରୁ ସ୍ଥିର କରାଯାଇଥିଲା। ପୂଜା ଛୁଟି ଓ ବର୍ଷାକୁ ଦୃଷ୍ଟିରେ ରଖି ଦଳର ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନେ ଜନସମ୍ପର୍କ ପଦଯାତ୍ରା ଅବଧି ବୃଦ୍ଧି କରିବାକୁ ବହୁ ଆଗରୁ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହାସହିତ ଦଳର ଅଧିକାଂଶ ବିଧାୟକ ଓ ବରିଷ୍ଠ ନେତାମାନେ ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବ୍ୟସ୍ତ ରହିବେ। ଫଳରେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କ ପଦଯାତ୍ରା କରିବାରେ କିଛିଟା ସମସ୍ୟା ମଧ୍ୟ ଦେଖାଦେଉଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ବିଜେଡି ପଦଯାତ୍ରା କାର୍ଯ୍ୟକ୍ରମ ଅବଧି ବୃଦ୍ଧି କରିଥିବା ଚର୍ଚ୍ଚା ହେଉଛି। ସେହିପରି ଦଳର ସଭ୍ୟ ସଂଗ୍ରହ ଅଭିଯାନା ମଧ୍ୟ ଆସନ୍ତା ୩୧ ପର୍ଯ୍ୟନ୍ତ ଚାଲିବ।

By amfnews

Related Post