Sat. Oct 10th, 2026
334 Views

ବାରିପଦା : ମୟୂରଭଞ୍ଜର ବହଳଦା ବଜାରରେ ଥିବା ଏକ ଗୋଦାମରେ ଚଢ଼ାଉ କରି ଗୋଟିଏ ଦଶ ଚକିଆ ଟ୍ରକରୁ ପ୍ରାୟ ୩୦୦ ପେଟି ବିଦେଶୀ ମଦ ଜବତ କରିଛି ପୁଲିସ୍‌। ଏହି ମଦ ବେଆଇନ୍ ଭାବେ ଅରୁଣାଚଳ ପ୍ରଦେଶରୁ ଆସିଥିଲା ବୋଲି ପୁଲିସ୍ କହିଛି। ଏହା ସହିତ ଏହି ଗୋଦାମରୁ ବେଆଇନ୍ ଭାବେ ମଦ ବିକ୍ରି ହେଉଥିବା ନେଇ ପୁଲିସ୍ ପାଖରେ ପୂର୍ବରୁ ସୂଚନା ଥିଲା। ପୁଲିସ୍ ଏ ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

By amfnews

Related Post