Mon. Sep 7th, 2026

୩୦ ଘଣ୍ଟା ପରେ ବି ଲିଭି ନାହିଁ କୋଲ୍‌କାତା ବାଗ୍‌ରି ବାଜାର ନିଅାଁ

350 Views

କୋଲ୍‌କାତା: ୩୦ ଘଣ୍ଟା ତଳେ ବାଗ୍‌ରି ବାଜାରରେ ଲାଗିଥିବା ନିଅାଁ ସୋମବାର ସକାଳେ ପୁଣି ଥରେ ଜଳି ଉଠିଛି। ଗତକାଲି ନିଅାଁ ଲିଭାଇବାକୁ ଦମକଳ ବାହିନୀ ସାରା ରାତି ଉଦ୍ୟମ ଚାଳାଇଥିଲେ।

କୋଲକାତା ବୁରାବାଜାରର ବ୍ୟବସାୟ ନାଭିକେନ୍ଦ୍ରରେ ଥିବା ଏହି ଛଅ ତାଲା କୋଠାରେ ରବିବାର ଦିନ ଘଟିଥିବା ଅଗ୍ନିକାଣ୍ଡ ଯୋଗୁଁ ବାଗ୍‌ରି ବାଜାରରେ ୪୦୦ ଅଧିକ ଦୋକାନ ପୋଡ଼ି ଯାଇଛି। ମାତ୍ର ଦୁଇ ମାସ ତଳେ ରାଜ୍ୟ ଅଗ୍ନିଶମ ସେବା ବିଭାଗ ଏହାକୁ କ୍ଲିଅରାନ୍‌ସ୍‌ ସାର୍ଟିଫିକେଟ୍‌ ଦେଇଥିଲା।

ସୋମବାର ସକାଳେ ଅଟ୍ଟାଳିକାର ତୃତୀୟ ତାଲା ଏକ ଅଂଶରୁ ଅଗ୍ନିଶିଖା ଏବଂ କଳା ଧୂଅାଁ ଉଠୁଥିବା ଲୋକେ ଦେଖିଛନ୍ତି।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହନ୍ତି: ଆମେ ତଳ ତାଲାରୁ ଉପରତାଲା ଯାଏଁ ସବୁଠିକୁ ଯାଇ ନିଅାଁ ଲିଭାଇବାରେ ସମର୍ଥ ହୋଇଥିଲୁ, କିନ୍ତୁ ସେଠାରେ ଥିବା ରାସାୟନିକ ପଦାର୍ଥ ପ୍ୟାକେଟ୍‌ ସବୁରୁ ନିଅାଁ ଲିଭାଇବା ବଡ଼ କଷ୍ଟକର। ଏବେ ଘଟନାସ୍ଥଳରେ ୩୫ ଦମକଳ ଏବଂ ୨୫୦ ଆଗ୍ନିକ ଲଗାତର ଅଭିଯାନ ଚଳାଇଛନ୍ତି।

ନିଅାଁ ଧାସରେ କୋଠାର ବିଭିନ୍ନ ସ୍ଥାନରେ ଫାଟ ଦେଖା ଯାଇଥିବାରୁ ତାହା ଏବେ ଭୁଶୁଡ଼ି ପଡ଼ିବାର ଆଶଙ୍କା ହେଲାଣି। ୬ ମହଲାବିଶିଷ୍ଟ ସେ ଅଟ୍ଟାଳିକାରେ ଥିବା ୪୦୦ ଦୋକାନରେ ବୋଝେଇ ହୋଇଥିବା କସ୍‌ମେଟିକ୍‌, ଡିଓଡେରାଣ୍ଟ୍‌, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ୍‌ ପ୍ୟାକେଜିଙ୍ଗ୍‌ ଜିନିଷ ନିଅାଁ ଜଳି ରହିବାରେ ସହାୟକ ହୋଇଥିଲା।

By amfnews

Related Post