Thu. Sep 3rd, 2026

୩ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

317 Views

ବାଲେଶ୍ୱର, ଜାନୁଆରୀ ୨୨ : ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ଵାଡ୍‌ ଆଜି ଭୋରରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡ଼େଶ୍ୱରପୁର ବସ୍ତିରୁ ୨୩ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିଛି। ଜବତ ବ୍ରାଉନ୍‌ ସୁଗାରର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛ। ଏହି ଘଟଣାରେ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣଭ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତଙ୍କ ନାମ ନାଁ ଅନୀଲ ଖଟିକ ଓ ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି।ି
ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅନୀଲ ପଶ୍ଚିମବଙ୍ଗରୁ ବ୍ରାଉନ୍‌ ସୁଗାର ସଂଗ୍ରହ କରି ଖଡ଼ଗପୁରରୁ ଟ୍ରେନ୍‌ ଯୋଗେ ଆସି ଜଳେଶ୍ୱର ଷ୍ଟେସନରେ ପହଞ୍ଚିଥିଲେ। ତେବେ ଅନୀଲ ବ୍ରାଉନ ସୁଗାର ନେଇ ଝାଡେଶ୍ୱରପୁର ବସ୍ତିରେ ପହଞ୍ଚିବା ପରେ ପୂର୍ବରୁ ଠୋସ ସୂଚନା ପାଇ ସଜାଗ ଥିବା ବାଲେଶ୍ୱର ଅବକାରୀ ବିଭାଗ ଓ ଫ୍ଲାଇଂ ସ୍କ୍ଵାଡ୍‌ ଚଢ଼ାଉ କରି ତାଙ୍କ ଠାରୁ ଏହି ଧଳା ଜହର ଜବତ କରିବା ସହିତ ତାଙ୍କୁ ଗିରଫ କରଇଛି। ତେବେ ଏହି ଘଟଣାରେ ଅନୀଲ ଠାରୁ ବ୍ରାଉନ ସୁଗାର କିଣିବାକୁ ଅପେକ୍ଷା କରିଥିବା ଅନ୍ୟ ଜଣେବ୍ୟକ୍ତିଙ୍କୁ ଅବକାରୀ ବିଭାଗରୀ କର୍ମଚାରୀ ଅଟକ ରଖି ପଚରାଉଚରା କରୁଛନ୍ତି।

By amfnews

Related Post