Sun. Oct 4th, 2026

୩ ମାଓବାଦୀଙ୍କ ପୁଲିସ ଏନକାଉଣ୍ଟର ପ୍ରତିବାଦରେ ଆଜି ମାଓବାଦୀଙ୍କ ମାଲକାନଗିରି ବନ୍ଦ ଡାକରା

231 Views

ମାଲକାନଗିରି, ୨୦/୧୧: ମାଓବଦୀମାନଙ୍କ ପକ୍ଷରୁ ଆଜି ଦିଆଯାଇଛି ମାଲକାନଗିରି ବନ୍ଦ ଡାକରା। ମାଓବାଦୀଙ୍କ ବନ୍ଦ ଡାକରା ଯୋଗୁଁ ସମଗ୍ର ଜିଲ୍ଲାରେ ସରକାରୀ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଜିଲ୍ଲା ସଦର ମହକୁମାକୁ ଛାଡ଼ି ଅନ୍ୟ ଅଞ୍ଚଳରେ ଦୋକାନବଜାର ମଧ୍ୟ ବନ୍ଦ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ର-ଓଡ଼ିିଶା ବର୍ଡର ଡିଭିଜନ ମାଓବାଦୀ ସଙ୍ଗଠନର ସଚିବ ଜଗବନ୍ଧୁ ପୁଲିସ ଏନକାଉଣ୍ଟରେ ୩ ଜଣ ମାଓ କ୍ୟାର୍ଡରଙ୍କ ମତ୍ୟୁର ପ୍ରତିବାଦରେ ମାଲକାନଗିରି ବନ୍ଦ ଡାକରା ଦେଇଥିଲେ। ଚଳିତ ମାସ ୫ ତାରିଖ ଦିନ ମାଓବାଦୀ- ପୁଲିସ ଏଡ଼କାଉଣ୍ଟରରେ ମାଓବାଦୀ ସୁଶିଲ ଓ ସୁଲିତାଙ୍କର ମୃତ୍ୟୁ ଘଟିଥିବା ବେଳେ ଗତ ଅକ୍ଟୋବର ୧୨ ତାରିଖରେ ପୁଲିସ ଏନକାଉଣ୍ଟରରେ ମାଓବାଦୀ ମୀନାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ଏନ୍‌କାଉଣ୍ଟରକୁ ମାଓବାଦୀମାନେ ପ୍ରତିବାଦ କରିବା ସହିତ ମାଓନେତା ଜଗବନ୍ଧୁ ଆଜି ମାଲକାନଗିରି ବନ୍ଦ ପାଇଁ ପୂର୍ବରୁ ଡାକରା ଦେଇଥିଲେ। ତେବେ ମାଓବାଦୀଙ୍କ ବନ୍ଦ ଡାକରା ପରିପ୍ରେକ୍ଷୀରେ ସୁରକ୍ଷା କର୍ମୀମାନେ ସଜାଗ ରହିବା ସହିତ ବିଭିନ୍ନ ସ୍ଥାନରେ ଜଗି ରହିଛନ୍ତି।

By amfnews

Related Post