Sat. Jul 25th, 2026

୩ ଜଣଙ୍କୁ ଲଣ୍ଡା କରି ସାହିରେ ବୁଲାଇଲେ, ଥାନାରେ ମାମଲା, ୫ ଗିରଫ

151 Views

ଜଟଣୀ : ସାଇକେଲ୍ ଚୋରି ଅଭିଯୋଗରେ କେତେକ ଯୁବକ କଙ୍ଗାରୁ କୋର୍ଟ କରି ୩ ଜଣ ଯୁବକଙ୍କୁ ମାଡ଼ ମାରି ଜୋର ଜବରଦସ୍ତ ଲଣ୍ଡା କରିଥିବା ନେଇ ଜଟଣୀ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ ଜଟଣୀ ଥାନା ପୁଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନାନୁସାରେ, ଗୁରୁବାର ସକାଳେ ଜଟଣୀ ଥାନା ଅନ୍ତର୍ଗତ ଗୋପବନ୍ଧୁ ନଗର ସୁଇପର୍ ସାହିର ୩ ଯୁବକଙ୍କୁ ଏକ ସାଇକେଲ୍ ଚୋରି ଅଭିଯୋଗ ନେଇ କେତେକ ଯୁବକ ଜୋର ଜବରଦସ୍ତ ଅଟକାଇ ଥିଲେ। ପରେ ସେମାନଙ୍କ ହାତବାନ୍ଧି ନିର୍ଧୁମ ମାଡ଼ ମାରିବା ସହିତ ଲଣ୍ଡା କରି ସାହିରେ ବୁଲାଇଥିଲେ। ଏ ନେଇ ପୀଡ଼ିତଙ୍କ ପରିବାର ଲୋକେ ଜଟଣୀ ଥାନାରେ ୭ଜଣଙ୍କ ନାମରେ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନଂ. ୩୧୧/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତ ଧୀରେନ୍ଦ୍ର ମହାପାତ୍ର, କାବୁଲି ବାରିକ୍, ଗଣେଶ ସାହୁ, ଆଲୋକ କାନୁନ୍‌ଗୋ ଏବଂ ହରିବନ୍ଧୁ ପ୍ରଧାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅନ୍ୟ ୨ ଜଣ ଫେରାର୍ ଅଛନ୍ତି।

By amfnews

Related Post