Tue. Sep 22nd, 2026

୨୫ ବର୍ଷିୟ ଯୁବକଙ୍କୁ ପିଟି ପିଟି ଛୁରି ଭୁସି ମାରିଲେ ପ୍ରେମିକାର ଦୁଇ ଭାଇ

456 Views

ମୁମ୍ବାଇ, ଜାନୁଆରୀ ୩୦ : ମଙ୍ଗଳବାର ସକାଳେ ମୁମ୍ବାଇର ମାଲ୍‌ଦା ଅଞ୍ଚଳରେ ଜଣେ ୨୫ ବର୍ଷିୟ ଯୁବକଙ୍କୁ ତାଙ୍କ ପ୍ରେମିକାର ଦୁଇ ଭାଇ ହତ୍ୟା କରିଥିବା କଥା କୁହାଯାଉଛି।

ପ୍ରେମିକ ସୈଫ୍‌ ଶରାଫତ୍‌ ଅଲି ପଡ଼ୋଶୀରେ ରହୁଥିବା ଜଣେ ଝିଅକୁ ପ୍ରେମ କରୁଥିଲେ ଓ ସେମାନେ ବାହାହେବାକୁ ଠିକ୍‌ କରିଥିଲେ ବୋଲି ପୁଲିସ କହିଛି।ଝିଅର ୧୯ ବର୍ଷିୟ ଭାଇ ଓ୍ଵାସିମ୍‌ ବଦ୍ରୁଦ୍ଦିନ୍‌ ଖାଁ ଏବଂ ୨୩ ବର୍ଷିୟ ଆଜ୍‌ମଲ ସେମାନଙ୍କ ସମ୍ପର୍କକୁ ବିରୋଧ କରୁଥିଲେ।

ପରିବାର ଲୋକେ ଘରେ ନାହାନ୍ତି ଭାବି ମଙ୍ଗଳବାର ସକାଳେ ଅଲି ସେ ଝିଅ ଘରକୁ ଯାଇଥିଲେ। ସେଠାରେ ସେ ଝିଅ ସହ କଥାବାର୍ତ୍ତା କରୁଥିବା ସମୟରେ ଓ୍ଵାସିମ୍‌ ଓ ଆଜ୍‌ମଲ୍‌ ପହଞ୍ଚି ତାଙ୍କୁ ବହେ ମାଡ଼ ଦେଇଥିଲେ। ଦୁହିଁଙ୍କ ମଧ୍ୟରୁ ଜଣେ ତାଙ୍କୁ ଛୁରା ମାରିଥିବା କଥା ଶୁଣାଯାଉଛି।

ପୀଡ଼ିତ ପ୍ରେମିକଙ୍କ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଆଡ୍‌ମିସନ୍‌ ହେବା ଆଗରୁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟନା ପରେ ପରେ ଓ୍ଵାସିମ୍‌ ଓ ଅଜ୍‌ମଲ୍‌ ଫେରାର ହୋଇଯାଇଥିଲେ। ପୁଲିସ ସେମାନଙ୍କୁ ଠାବ କରି ସନ୍ଧ୍ୟା ବେଳେ ଗିରଫ କରିଛି।

ନରହତ୍ୟା ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି।

By amfnews

Related Post