Thu. Jul 2nd, 2026

୨୪୦ ଚକିଆ ଟ୍ରେଲ୍‌ର୍‌ରେ ବୁହା ହେବ ୩୦୦ ଟନ୍‌ ଓଜନର ବିଷ୍ଣୁ ପ୍ରତିମା

259 Views

ଚେନ୍ନାଇ, ଡିସେମ୍ବର ୧ : ଦୁଇ ବର୍ଷର ଲଗାତାର ପ୍ରଚେଷ୍ଟା ଫଳରେ ତିରୁବନ୍ନମାଲାଇ ଜିଲ୍ଲା ଅନ୍ତର୍ଗତ ସୁଦୂର ଗାଁରୁ ବେଙ୍ଗାଲୁରୁର ଏକ ମନ୍ଦିରକୁ ମୁଗୁନି ପଥରରେ ନିର୍ମିତ ବିଶ୍ୱରୂପ ମହାବିଷ୍ଣୁଙ୍କ ପ୍ରତିମା ବୋହି ଆଣିବାକୁ ଉପାୟ ମିଳିଛି। ୬୪ ଫୁଟ୍‌ ଉଚ୍ଚ ସେ ବିଗ୍ରହଟିକୁ ଗୋଟାଏ ୨୪୦ ଚକବିଶିଷ୍ଟ ଟ୍ରେଲର୍‌- ଟ୍ରକ୍‌ରେ ଲଦା ଯାଇଛି। ନିକଟରେ ବର୍ଷା ହୋଇଯାଇଥିବାରୁ ଟ୍ରକ୍‌ଟି କାଦୁଅରେ ଲାଖିଯାଇଥିବାରୁ ଶ୍ରମିକମାନେ ଚକତଳୁ କାଦୁଅ କାଢ଼ିବାରେ ଲାଗିପଡ଼ିଛନ୍ତି।

୩୮୦ ଟନ୍‌ ବିଶିଷ୍ଟ ପ୍ରତିମାକୁ ୮୦ ରୁ ୯୦ ଟନ୍‌ କମାଇବା ନିମନ୍ତେ ମନ୍ଦିର ପ୍ରଶାସନ ଭାସ୍କରମାନଙ୍କୁ ନିୟୋଜିତ କରିବାରୁ ତାହାକୁ ଟ୍ରକ୍‌ରେ ଲଦିବା ସମ୍ଭବପର ହୋଇଥିଲା।

ଖୁବ୍‌ ଶୀଘ୍ର ମୂର୍ତ୍ତିଟିକୁ ସ୍ଥାନାନ୍ତର କରାଯିବ ବୋଲି କୋତାନ୍ଦ୍ରମସ୍ୱାମୀ ଚାରିଟେବଲ୍‌ ଟ୍ରଷ୍ଟ୍‍ର ଟ୍ରଷ୍ଟି ଡାକ୍ତର ସଦାନନ୍ଦ କହିଛନ୍ତି।

୧୧ଟି ମୁହଁ, ୨୨ଟି ହାତ ଓ ପ୍ରତିମାର ମଥା ଉପରେ ସପ୍ତଫଣା ଥିବା ଆଦିଶେଷଙ୍କ ସହ ୧୦୮ ଫୁଟ୍‌ ଉଚ୍ଚ ପ୍ରତିମା ସ୍ଥାପନା କରିବା ଥିଲା ଏହି ଡାକ୍ତରଙ୍କର ସ୍ୱପ୍ନ। ସ୍ୱପ୍ନ ସାକାର କରିବାକୁ ସେ ଦୀର୍ଘ ପାଞ୍ଚ ବର୍ଷ ହେବ ଉଦ୍ୟମ କରି ଚାଲିଛନ୍ତି।ଆଂଶିକ ଖୋଦିତ ପ୍ରତିମା ବୋହିନେବାକୁ ସରକାରଙ୍କର ବିଭିନ୍ନ ବିଭାଗରୁ ନୋ ଅବ୍‌ଜେକ୍‌ସନ୍‌ ସାର୍ଟିଫିକେଟ୍‌ ମିଳି ସାରିଛି।

By amfnews

Related Post