Fri. May 15th, 2026

୨୪ଘଣ୍ଟା ଭିତରେ ଜୟାଙ୍କୁ କାହିଁକି ବିବାହ କରିଥିଲେ, ଏହି ରାହସ୍ୟ ଉପରୁ ପରଦା ଉଠାଇଲେ ଅମିତାଭ ବଚ୍ଚନ

355 Views

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ଜୟା ବଚ୍ଚନଙ୍କ ସହିତ ନିଜ ବିବାହର ରାଜ ଖୋଲି ଦେଇଛନ୍ତି। ବିଗ୍‌ ବି ଅମିତାଭ ବଚ୍ଚନ ଜୟା ବଚ୍ଚନଙ୍କୁ ୧୯୭୩ ମସିହାରେ ବିବାହା କରିଥିଲେ। ବଗ୍‌ ବି ନିଜ ବିବାହ ସହିତ ଜଡ଼ିତ ଥିବା ଏକ ରହସ୍ୟ ଉପରୁ ପରଦା ଉଠାଇ ଦେଇଛନ୍ତି।

ଅମିତାଭ ବଚ୍ଚନ କେଫେର କୋମଲ ନାହାଟା ସୋ’ ‘ଷ୍ଟାରି ନାଇଟ୍‌ସ୍‌ ୨’ରେ ନିଜର ଜୀବନ, କ୍ୟାରିୟର ଓ ବିବାହିତ ଜୀବନକୁ ନେଇ ଅନେକ କଥା କହିଛନ୍ତି। କେବଳ ଏତିକି ନୁହେଁ ସୋ’ରେ ଅମିତାଭ ବଚ୍ଚନଙ୍କ ସହିତ ତାଙ୍କ ପ୍ରଯୋଜକ ଓ ନିର୍ଦ୍ଦେଶକ ଆର.ବାଲକି ବି ଉପସ୍ଥିତ ଥିଲେ।

ଅମିତାଭ ବଚ୍ଚନ ଜୟ ବଚ୍ଚନଙ୍କ ସହିତ ବିବାହକୁ ନେଇ କହିଛନ୍ତି, ‘ଜୟା ଓ ମୁଁ ‘ଜଞ୍ଜିର’ ସିନେମାରେ କାମ କରୁଥିଲୁ। ପୂରା ଟିମ୍‌ ନିଷ୍ପତ୍ତି ନେଇଥିଲା କି ଯଦି ସିନେମା ସଫଳ ହୁଏ ତେବେ ଆମେ ସମସ୍ତେ ଛୁଟିରେ ଲଣ୍ଡନ ବୁଲିବାକୁ ଯିବା। ମୁଁ ଯାଇ ଏହି ବିଷୟରେ ମୋର ପିତାଙ୍କୁ ଜଣାଇଥିଲି କି ମୋ ସହିତ କିଏ କିଏ ଯାଉଛନ୍ତି। ଜୟାଙ୍କ ନାମ ଶୁଣି ସେ କହିଥିଲେ ବିବାହ ନକରି ତୁ ତାଙ୍କ ସହ ଯାଇ ପାରିବୁ ନାହିଁ। ମୁଁ କହିଲି ଠିକ୍‌ ଅଛି, କାଲି ହିଁ ତାଙ୍କ ସହ ବିବାହ କରି ନେଉଛି। ଆପଣଙ୍କୁ ଶୁଣି ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଆମେ ସବୁକିଛି ହଠାତ ବନ୍ଦୋବସ୍ତ କରି ଗୋଟିଏ ଦିନ ଭିତରେ ଆର୍ଥାତ୍‌ ୨୪ ଘଣ୍ଟା ଭିତରେ ଜୟାଙ୍କୁ ବିବାହ କରି ଲଣ୍ଡନ ଯାତ୍ରାରେ ବାହାରିଥିଲୁ।

By amfnews

Related Post