Sat. Jun 13th, 2026

୨୧ ଦିନ ଯାଏ ଲକ୍‌ଡାଉନ୍, ନିୟମ ଭାଙ୍ଗିଲେ ୨ ବର୍ଷ ଯାଏ ଜେଲ୍

226 Views

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ବ୍ୟାପୁଥିବା ଦେଖି ମଧ୍ୟରାତ୍ରୀରୁ ଲକ୍‌ଡାଉନ୍ ଘୋଷଣା ହୋଇଛି। ଅର୍ଥାତ୍ ଆଗାମୀ ୨୧ ଦିନ ଯାଏ ଘରୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି। ଜରୁରୀ ଥିଲେ ଜଣେ ଘରୁ ବାହାରିବ। ନିୟମ ଭାଙ୍ଗିଥିବା ବ୍ୟକ୍ତି କିମ୍ୱା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ଜୋରିମାନା ସହିତ ଦଣ୍ଡାଦେଶ ହେବ ବୋଲି ଜଣାପଡ଼ିଛି। ଯଦିଓ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ସରକାର ହେଲେ କର୍ଫ୍ୟୁ ଭଳି ନିୟମ ଲାଗୁ କରାଯାଇଛି ବୋଲି ସରକାର କହିଛନ୍ତି। ମଙ୍ଗଳବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍‌ଡାଉନ୍ ନେଇ ଘୋଷଣା କରିବା ପରେ ମଧ୍ୟରାତ୍ରୀରୁ ନିୟମ କଡ଼ାକଡ଼ି ହୋଇଛି।

ଏହି ୨୧ ଦିନ ଭିତରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଧାରା ୫୧ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁଥିରେ ଉଭୟ ଜୋରିମାନା ଏବଂ ସଜା ବ୍ୟବସ୍ଥା ରହିଛି। ଲକ୍‌ଡାଉନ୍ ନମାନିଲେ ୨୦୦ ଟଙ୍କା ଜୋରିମାନା ସହିତ ମାସେ ପାଇଁ ଜେଲ୍ ଦଣ୍ଡାଦେଶ ରହିଛି।

ଯଦି ନିୟମ ଉଲ୍ଲଂଘନକାରୀ ଦଙ୍ଗା ଭଳି ସ୍ଥିତି ସୃଷ୍ଟି କରିବେ ତା’ହେଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ବଢ଼ିପାରେ। ସେହିପରି ଆଇନ ଉଲ୍ଲଂଘନକାରୀ ଅନ୍ୟ କାହାର କ୍ଷତି ପହଞ୍ଚାଇଲେ ୨ ବର୍ଷ ଯାଏ ଜେଲ୍ ଦଣ୍ଡାଦେଶ ବଢ଼ାଇବାକୁ ସରକାର ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।

ସେହିପରି କରୋନା ଭାଇରସକୁ ନେଇ ଗୁଜବ ଖବର ପ୍ରଚାର କରୁଥିଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶାଳୟ ଦେଇଛି। ଗୁଜବକାରୀଙ୍କୁ ବର୍ଷେ ଜେଲ୍ ଦଣ୍ଡାଦେଶ ସହିତ ଜୋରିମାନା ବ୍ୟବସ୍ଥା କରିଛନ୍ତି ସରକାର।

ଏହାବାଦ୍ କରୋନା ମୁକାବିଲା ପାଇଁ ସୃଷ୍ଟି ହୋଇଥିବା ଫଣ୍ଡରେ ଘୋଟାଲା ହେଲେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏହି ନିୟମ ସରକାରୀ ଅଫିସରଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ। ଦୁଇ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। କର୍ପୋରେଟ୍ ସଂସ୍ଥା ମଧ୍ୟ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି।

By amfnews

Related Post