Sat. May 23rd, 2026
303 Views

ଭୁବନେଶ୍ୱର, ଡିସେମ୍ବର ୨୭ : ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀଙ୍କୁ ଦର୍ଶକ୨୦୧୮ରେ କୌଣସି ସିନେମାରେ ଦେଖିବାକୁ ପାଇଲେ ନାହିଁ। ଆଶା କରାଯାଉଥିଲା କି ତାଙ୍କ ଅଭିନୀତ ‘ନାୟକର ନାଆଁ ଦେବଦାସ’ ୨୦୧୮ରେ ରିଲିଜ୍‌ ହେବ ମାତ୍ର ତାହା ହେଲା ନାହିଁ।ହେଲେ ଏହି ସିନେମା ଆର ବର୍ଷକୁ ରହିଗଲା। ଲୋକପ୍ରିୟ ଓଲିଉଡ ନାୟିକାଙ୍କର ଗୋଟିଏ ହେଲେ ଓଡିଆ ସିନେମା ରିଲିଜ୍‌ ହୋଇ ନାହିଁ।

ନାୟିକା ଅନୁ ଚୌଧୁରୀଙ୍କୁ ଆର ବର୍ଷ ବଡ଼ ପରଦାରେ ନିଶ୍ଚିତଭାବେ ଦେଖିବାକୁ ମିଳିବ। କାରଣ ୨୦୧୯ରେ ତାଙ୍କର ତିନିଟି ସିନେମା ରିଲିଜ୍‌ ହେବ। ଏଗୁଡିକ ହେଲା ‘ପାଟନାଗଡ଼’ , ‘ନାୟକର ନାଆଁ ଦେବଦାସ’ ଏବଂ ଛବିରାଣୀ’। ଏଥିଭିତରୁ ଶେଷ ଦୁଇଟିରେ ପୁଣି ଅନୁଙ୍କ ସହ ସିଦ୍ଧାନ୍ତଙ୍କୁ ଦେଖିବାକୁ ମିଳିବ।‘ନାୟକର ନାଆଁ ଦେବଦାସ’ ରେ ତାଙ୍କୁ ଚନ୍ଦ୍ରମୁଖୀ ଭୂମିକାରେ ଦେଖିବାକୁ ମିଳିବ। ଅନୁଙ୍କ ଅଭିନୀତ ଶେଷ ସିନେମା ହେଲା ୨୦୧୭ରେ ରିଲଜ୍‌ ହୋଇଥିବା ‘ଗଡଫାଦର’। ଅବଶ୍ୟ ସେ ଏ ବର୍ଷ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ହଟଚମଟ ସୃଷ୍ଟି କରିଛନ୍ତି।

By amfnews

Related Post