Thu. Aug 13th, 2026
343 Views

ଜୟପୁର: ବହୁ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିବା ଶବ୍ଦ ‘ନାରୀ ଶକ୍ତି’କୁ ୨୦୧୮ ବର୍ଷର ହିନ୍ଦୀ ଶବ୍ଦ ଭାବେ ଘୋଷଣା କରିଛି ‘ଅକ୍ସ୍‍ଫୋର୍ଡ ଡିକ୍‌ସ୍‌ନାରି’।

ସଂସ୍କୃତ ଭାଷାରୁ ଉତ୍ପତି ହୋଇଥିବା ଶବ୍ଦ ‘ନାରୀ’ ଅର୍ଥ ମହିଳା ଏବଂ ‘ଶକ୍ତି’ ଅର୍ଥ କ୍ଷମତା। ମହିଳାମାନେ ସ୍ୱୟଂ ସେମାନଙ୍କ ଜୀବନର ଭାର ଗ୍ରହଣ କରୁଥିବା କଥାକୁ ‘ନାରୀ ଶକ୍ତି’ ଶବ୍ଦ ସୂଚାଉଛି।

ଜୟପୁର ସାହିତ୍ୟ ଉତ୍ସବରେ ଏହି ଘୋଷଣା କରାଯାଇଛି। ମାର୍ଚ ୨୦୧୮ରେ ‘ନାରୀ ଶକ୍ତି’ ଶବ୍ଦର ବହୁଳ ବ୍ୟବହାର ହୋଇଥିଲା। କାରଣ ଏହି ସମୟରେ ଆନ୍ତର୍ଜାତିକ ମହିଳା ଦିବସରେ ଭାରତ ସରକାର ନାରୀ ଶକ୍ତି ପୁରସ୍କାର ପ୍ରଦାନ ବାବଦରେ ଆଲୋଚନା ଅନୁଷ୍ଠିତ ହୋଇଥିଲା।

ଅକ୍ସଫୋର୍ଡ ଡିକ୍ସନାରିଜ୍‌ର ଲାଙ୍ଗୁଇଜ୍‌ ଚାମ୍ପିୟନ୍‌ କୃତ୍ତିକା ଅଗ୍ରଓ୍ଵାଲ୍‌ କହିଲେ: ନାରୀ ଶକ୍ତି ହେଉଛି ନାରୀମାନଙ୍କର ନବିକୃତ କ୍ଷମତାର ପ୍ରତିଫଳନ ଯାହା ୨୦୧୮ରେ ଲାଗୁ କରାଗଲା। ଏହା ମହିଳାମାନେ ପ୍ରକାଶ କରିଥିବା ସାହସର ପ୍ରତିନିଧି ଏବଂ ଭଗିନୀତ୍ୱର ନିବିଡ଼ ଅନୁଭବ। ଏହା ଏକ ମାନସିକ ଆବେଗ ଯାହା ୨୦୧୯ରେ ଆଗକୁ ମାଡ଼ି ଚାଲିଛି।

By amfnews

Related Post