Tue. Jul 28th, 2026

୨୦୧୧ ବହୁଚର୍ଚ୍ଚିତ ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ: ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ନିର୍ଦ୍ଦୋଷ ଘୋଷଣା କଲେ

326 Views

ଭୁବନେଶ୍ୱର : ପିପିଲି ଗଣଦୁଷ୍କର୍ମ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସୋମବାର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଘଟଣାର ଦୁଇ ଅଭିଯୁକ୍ତ ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୧୧ ନଭେମ୍ବର ୨୯ ତାରିଖରେ ଅର୍ଥାତ ସାତ ବର୍ଷ ତଳେ ପିପିଲି ଥାନା ଅନ୍ତର୍ଗତ ଅର୍ଜୁନଗୋଦା ଗ୍ରାମର ବବିନା ବେହେରାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲ। ଏପରି କି ୨୦୧୬ ମାର୍ଚ୍ଚ ୩୦ ତାରିଖରେ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ୍‌ ପି.କେ.ମହାନ୍ତି କମିସନ ଚୂଡାନ୍ତ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ହେଲେ ଏହି ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇପାରି ନାହିଁ।  ପ୍ରାୟ ୪୦୦ ପୃଷ୍ଠା ବିଶିଷ୍ଟ ଏକ ରିପୋର୍ଟ ଜଷ୍ଟିସ୍‌ ପି.କେ.ମହାନ୍ତି କମିସନ ଗୃହ ସଚିବଙ୍କୁ ପ୍ରଦାନ କରିଥିଲେ।

ଯଦି ଦଳିତ ଓ ମହିଳାଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଦରଦ ଥାଏ, ତେବେ ଜଷ୍ଟିସ୍‌ ପି.କେ. ମହାନ୍ତି କମିସନଙ୍କ ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରି କାର୍ଯ୍ୟକାରୀ କରିବା ସହିତ ଏହାର ବିଚାରକୁ ତ୍ବରାନ୍ବିତ କରି ନ୍ୟାୟ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଇଥିଲା।

By amfnews

Related Post