Fri. Oct 2nd, 2026

୨୦୦୭ ଫୈଜାବାଦ ବିସ୍ଫୋରଣ ମାମଲାରେ ଦୁଇ ଆତଙ୍କବାଦୀଙ୍କୁ ଆଜୀବନ କାରାଦଣ୍ଡ

229 Views

ଅଯୋଧ୍ୟା: ୨୦୦୭ ମସିହାରେ ଫୈଜାବାଦ, ଲକ୍ଷ୍ନୌ ଏବଂ ବାରାଣସୀରେ ହୋଇଥିବା ସିରିଏଲ୍‌ ବିସ୍ଫୋରଣରେ ସମ୍ପୃକ୍ତ ମହମ୍ମଦ୍‌ ତାରିକ୍‌ ଏବଂ ମହମ୍ମଦ ଅଖତର୍‌ ନାମକ ଦୁଇ ଜଣ ଆତଙ୍କବାଦୀଙ୍କୁ ଶୁକ୍ରବାର ଦିନ ଏକ ସ୍ୱତନ୍ତ୍ର ଅଦାଲତ ଆଜୀବନ କାରାଦଣ୍ଡାଦେଶ ଦେବା ସହ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ପ୍ରମାଣ ଅଭାବରୁ ତୃତୀୟ ଅଭିଯୁକ୍ତ ସଜ୍ଜାଦୁର ରେହମନଙ୍କୁ ଅଦାଲତ ଦୋଷମୁକ୍ତ କରିଛନ୍ତି।

୧୨ ବର୍ଷ ଧରି ତଦନ୍ତ ଓ ବିଚାର ଚାଲିଥିବା ଏହି ମାମଲାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଜଜ୍‌ ଅଶୋକ କୁମାର। ୨୦୦୭ ମସିହା ନଭେମ୍ବର ୨୩ ତାରିଖ ଦିନ ଫୈଜାବାଦର ଏକ ଅଦାଲତରେ ବୋମା ବିସ୍ଫୋରଣ ହେବା ପରେ ସେମାନଙ୍କୁ ଧରାଯାଇଥିଲା।

ଫୈଜାବାଦ ବାର୍‌ ଆସୋସିଏସନ୍‌ର ସଭାପତି ବିଜୟ ବାହାଦୁର ସିଂହ କହିଛନ୍ତି: ଉଚିତ ରାୟ ଦିଆଯାଇଛି। ସେମାନେ ଫୈଜାବାଦ ବିସ୍ଫୋରଣରେ ସମ୍ପୃକ୍ତ ଥିଲେ। ବାରାଣସୀ ଏବଂ ଲକ୍ଷ୍ନୌରେ ମଧ୍ୟ ବିସ୍ଫୋରଣ ଘଟିଥିଲା। ଗୋଟିଏ ଟିମ୍‌ର ହୋଇଥିବାରୁ ସବୁ ବିସ୍ପୋରଣକାରୀଙ୍କର ପାରସ୍ପରିକ ଯୋଗସୂତ୍ର ଥିଲା। ଏହି ବିସ୍ଫୋରଣ ଘଟଣାରେ ୪ ଜଣ ଲୋକଙ୍କର ପ୍ରାଣହାନୀ ଘଟିଥିଲା ଓ ଅନ୍ୟ ୨୬ ଜଣ ଆହତ ହୋଇଥିଲେ।

By amfnews

Related Post