Thu. May 21st, 2026

୨୦୦ ଟଙ୍କା ବଢ଼ିଲା ସାମାଜିକ ସୁରକ୍ଷା ଲାଗି ପ୍ରଦାନ କରାଯାଉଥିବା ଭତ୍ତା : ଉପକୃତ ହେବେ ରାଜ୍ୟର ୪୮ ଲକ୍ଷ ହିତାଧିକାରୀ

359 Views

ଭୁବନେଶ୍ୱର, ଜାନୁଆରୀ ୧୯ :  ଲୋକମାନଙ୍କର ସାମାଜିକ ସୁରକ୍ଷା ଲାଗି ଦେଉଥିବା ବିଭିନ୍ନ ଭତ୍ତାର ପରିମାଣ ବଢ଼ାଇଛନ୍ତି ରାଜ୍ୟ ସରକାର । ଏହି ଭତ୍ତାକୁ ୨୦୦ ଟଙ୍କା ବୃଦ୍ଧି କରାଯାଇଛି। ସାମାଜିକ ସୁରକ୍ଷା ଭତ୍ତା ପାଉଥିବା ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନ କ୍ଷମ ଓ ଅସହାୟ ମହିଳାଙ୍କ ପାଇଁ ମାସିକ ୨ଶହ ଟଙ୍କା ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ଏଣିକି ୩ଶହ ଟଙ୍କା  ପାଉଥିବା ହିତାଧିକାରୀ ୫ଶହ ଟଙ୍କା ପାଇବେ । ସେହିପରି ୮୦ ବର୍ଷରୁ ଅଧିକ ବୟସ୍କ ମାସିକ ୭ଶହ ଟଙ୍କା ଭତ୍ତା ପାଇବେ । ଆଗାମୀ ଫେବ୍ରୁଆରି ୧୫ ତାରିଖରୁ ମଧୁବାବୁ ପେନସନ ଯୋଜନାରେ ଏହି ଅଧିକ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ଦ୍ୱାରା ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଲାଭବାନ୍ ହେବେ। ଏଥିସହ ଆଜି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ଆଲୋଚନା କରି ୧୦ଟି ଜିଲ୍ଲାର ୧୦ଟି ବ୍ଲକ ପାଇଁ ୪୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ପର୍ଯ୍ୟନ୍ତ ମୋଟ ୩୦୬ଟି ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପହଁଚି ପାରିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ମୁଁ ସବୁବେଳେ ସମାଜର ଗରିବ ଲୋକଙ୍କ ବିକାଶ ଲାଗି ଚିନ୍ତା କରୁଛି।’

By amfnews

Related Post